STORYMIRROR

Bishnupriya Panda

Children Stories

4  

Bishnupriya Panda

Children Stories

ଶୁଭ ସକାଳ

ଶୁଭ ସକାଳ

1 min
276


ନିଶି ପାହିଗଲା ଏଥର 

ନିଶାକର ଚଳିଲେ ଅନ୍ତପୁର i

କାକ କୁକୁଟଙ୍କୁ ସାଥିରେ ଧରିଣ 

ପ୍ରତ୍ୟୁଷ ହୋଇଲେ ଘରୁ ବାହାର 

ନିଶି ପାହିଗଲା ଏଥର l 


ଅରୁଣିମା ଘରୁ ବାହାର 

ବାଳ ସୂର୍ଯ୍ୟ ହେଲେ ତତ୍ପର 

ସିନ୍ଦୁର ରଙ୍ଗରେ ରଙ୍ଗାୟିତ ହୋଇ 

ପୃଥ୍ୱୀକୁ ବାଣ୍ଟିବେ ସେ ଖାଦ୍ୟସାର 

ନିଶି ପାହିଗଲା ଏଥର l 


ନାରୀମାନେ ଉଠି ସତ୍ୱର 

କର୍ମ ପାଇଁ ସେ ତରବର 

ବାସି କାମ ସାରି ଚଉରା ପୂଜାଟି 

ଡେରି ହୋଇଗଲେ ରାଗ ଶାଶୁର l 

ନିଶିପାହି ଗଲା ଏଥର l 


ଶଙ୍ଖ ସ୍ଵନ ତ ମନ୍ଦିରର 

ଘଣ୍ଟ ଘଣ୍ଟା ହୁଳହୁଳିର 

ଗଗନ ପଵନ ହୁଏ ପ୍ରକମ୍ପିତ 

 ଧୂପ ବାସନାଟି ଲାଗେ ସୁନ୍ଦର l 

ନିଶି ପାହିଗଲା ଏଥର l 


ଚଷା ପୁଅ ଘରୁ ବାହାର 

ଦାଆ ଟିଏ ଅଛି ହାତର 

ପଖାଳ ସାଙ୍ଗକୁ ବଡ଼ି ଭଜା ଖାଇ 

ଶିତେ ହେଉଅଛି ସେ ଥରଥର l 

ନିଶିପାହିଗଲା ଏଥର l 


ପିଲା ବିଦ୍ୟାଳୟେ ବାହାର 

ବହିପତ୍ର ସଜାଡ଼ ତାର 

ପ୍ୟାଣ୍ଟ ସାର୍ଟ ଟାଏ ଜୋତା ମୋଜା ଆଦି 

ଟିଫିନ ଟା ଦିଅ ତାହା ସାଥୀର l 

ନିଶିପାହିଗଲା ଏଥର l 


କାର୍ଯ୍ୟାଳୟେ ଯିବେ ଏଥର 

ସ୍ୱାମୀ ହୁଅନ୍ତି ତରବର 

ତାଙ୍କ କଥା ବୁଝି ତାଙ୍କୁ ନଛାଡିଲେ 

ପାଇବ ନାହିଁତ ସ୍ନେହ ଆଦର l 

ନିଶିପାହିଗଲା ଏଥର l


ବେଳ ହେଲା ଶଶୁର ଙ୍କର 

ଖାଇବାକୁ ଦିଅ ସତ୍ୱର 

ନଦେଲେ ତ ଶାଶୁ ହୋଇଯିବେ ଖପା 

ରାଗି କରିଦେବେ ଘରୁ ବାହାର 

ନିଶିପାହି ଗଲା ଏଥର l 


ଆଉ ଟିକେ ଅପେକ୍ଷା କର

 କିରଣତ ହେବ ପ୍ରଖର 

ନିତ୍ୟକର୍ମ ସାରି ସଜବାଜ ହୋଇ 

ଯେଣେଇଛା ତେଣେ ଯାଅ ସତ୍ୱର 

ନିଶି ପାହିଗଲା ଏଥର 


କାର୍ଯ୍ୟବ୍ୟସ୍ତ ପ୍ରାତଃ କାଳର 

ବିଶ୍ରାମତ ରାତିଯାକର 

ସେ ବିଶ୍ରାମ ବଳେ କାର୍ଯ୍ୟ କରିଚାଲ 

ସଭିଙ୍କ ଶରୀର ଇଶ୍ୱର ଘର 

ନିଶିପାହି ଗଲା ଏଥର l 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍