ଆଜିର ଶପଥ
ଆଜିର ଶପଥ
ଉନିସ ପଚାଶ ଜାନୁଆରୀ ମାସ
ଛବିଶ ତାରିଖ ପୁଣ
ଆମ ଭାରତ ର ସମ୍ବିଧାନ ନିତି
କାର୍ଯ୍ୟକାରୀ ହେଲା ଜାଣ l
ଡ଼କ୍ଟର ବି, ଆର, ଆମ୍ବେଦକର ଯେ
ପରିଚାଳିତ କରିଲେ
ଭାରତକୁ ସାର୍ଵ ଭୌମ ଗଣତନ୍ତ୍ର
ରାଷ୍ଟ୍ରେ ପରିଣତ କଲେ l
ଗାନ୍ଧୀ ଯବାହାର ଭଗତ ସିଂ ଓ
ଲାଲା ଲାଜପତ ରାୟ
ଲକ୍ଷ୍ମୀ ବାଇ ସୁବାଷ ବୋଷ ବାଜିରାଓ
କେତେ ଯେ ବୀର ନିର୍ଭୟେ l
ସ୍ଵର୍ଣପ୍ରସୁ ଏହି ଭାରତ ମାତାର
ସୁରକ୍ଷା କବଚ ହୋଇ
ସ୍ୱାର୍ଥ ଜଳାଞ୍ଜଳି ଦେଇଛନ୍ତି କେତେ
କାରାଗାର ମଧ୍ୟେ ରହି l
ଜାତିର ଜନକ ମହାତ୍ମା ଗାନ୍ଧୀ ଓ
ଡ଼କ୍ଟର ବି, ଆର ସମ୍ବିଧାନ ର ଜନକ
ସ୍ୱାଧୀନତା ଧର୍ମ ସଂସ୍କୃତି ର ଶିକ୍ଷା
ମୌଳିକାଧିକlର ପ୍ରଦାୟକ l
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ମାନେ ପ୍ରାଣ ବଳି ଦେଇ
ଆମ ସ୍ୱାଧୀନତା ଛଡାଇ ଆଣିଲେ
ଇଂରେଜ ଙ୍କୁ ତ ହଟାଇ l
ଆଜି ସେହି ଦିନ ଆସି ଯାଇଅଛି
ଆସ ହେ ଶପଥ ନେବା
ରତ୍ନଗର୍ଭା ଏହି ମାଆର କୋଳରେ
ସତ୍ୟ ନ୍ୟାୟ ଭରିଦେବା l
ଜାତୀୟ ପତକା ଉତ୍ତୋଳନ କରି
ଜାତିର ରଖିବା ଟେକ
ଜାତୀୟ ସଂଗୀତ ଗାନ କରି ଆମେ
ନେବା ଆଜି ଏ ଶପଥ l
