STORYMIRROR

Bishnupriya Panda

Children

3  

Bishnupriya Panda

Children

କଥାଟିଏ କହୁଁ କଥାଟିଏ କଥାଟିଏ କହୁଁ କଥାଟିଏ

କଥାଟିଏ କହୁଁ କଥାଟିଏ କଥାଟିଏ କହୁଁ କଥାଟିଏ

1 min
25



କଥାଟିଏ କହୁଁ କଥାଟିଏ 
କଥାଟିରେ ଥାଏ ନଥାଟିଏ 
ବୁଝି କି ବୁଝlଇ ପାରୁଥିଲେ ସିଏ
କଥାଟି ମଧୁର ହୋଇଥାଏ l 

ଅlଗକାଳେ ଆମେ ଓଲା ଥିଲୁ 
ଅସୁରୁଣୀ ଗପ ଶୁଣୁଥିଲୁ 
ଏବେ ବିଜ୍ଞାନର ହେଲା ଅଗ୍ରଗତି 
ଅସୁରଙ୍କୁ ଆମେ ତଡ଼ିଦେଲୁ l 

ଆକାଶେ ଚଳନ୍ତି ଗ୍ରହ ତାରା 
ସେହିକଥା ଆମେ ଜାଣୁପରା 
କିପରି ପୃଥିବୀ ଶୂନ୍ୟରେ ଝୁଲୁଛି 
ବୁଲୁଅଛି ସିଏ ସସlଗରା l

ଗବେଷଣା କରି ପିଲାମାନେ 
ଯାଉଛନ୍ତି ସିଏ ମହାଶୂନ୍ୟେ 
ଡରଭୟ ନାହିଁ ଶୂନ୍ୟେ ଘୁରୁଛନ୍ତି 
ନାନା ବାଧାବିଘ୍ନ ସ୍ଥାନେସ୍ଥାନେ l 

ଉପଗ୍ରହ ଚନ୍ଦ୍ରେ ଠାବକରି
ମଙ୍ଗଳ ଗ୍ରହକୁ ଗଲେ ଉଡି 
ପାଣି ଓ ପଵନ କେଉଁଠାରେ ଅଛି 
ସେହିଠାକୁ ଯିବା ଗଡିଗଡି l

ପିମ୍ପୁଡିଙ୍କ ଠାରୁ ହାତୀ ଯାଏ 
ସବୁଠାରୁ ଆମେ ଶିକ୍ଷାପାଏ 
ବାବା ଅବଧୁତ ଚବିଶ ଗୁରୁଯେ 
ଆମକୁ ଏଶିକ୍ଷା ଦେଇଥାଏ l 

ପୁରାଣ ଶାସ୍ତ୍ର ଓ ଭାଗବତ 
ଆମ ଭାରତର ଶିକ୍ଷାଗ୍ରନ୍ଥ 
ବିଜ୍ଞାନର ଏହା ଉତ୍ପତିସ୍ଥଳ ଯେ 
ମନ ଦେଇ ଶୁଣ ସବୁ ସନ୍ଥ l 

ଦୀପଟି ଜଳାଇବାକୁ ହେଲେ 
ଦୀପ ସଳିତl ଓ ତେଲ ଥିଲେ 
ଦିଆସିଲି କାଠି ତା ସହ ମିଶିଲେ 
ପ୍ରଜ୍ବଳନ ହୁଏ ତାହା ଭଲେ l 

ସେହିପରି ଅନ୍ତରଜ୍ୟୋତି ଆମ 
ପ୍ରଜ୍ବଳନ ପାଇଁ କର କାମ 
ବୈରାଗର ଦୀପ ଭକତିର ତେଲ ବିଭୁ
ପଦତଳେ ରଖ ଧ୍ୟାନ 

ମନ ଏକାଗ୍ରତା କୁ ବଳିତା 
ଦିଆସିଲି କାଠି ତତ୍ଵ ଏକା 
ସବୁକୁ ମିଶାଇ ଜ୍ଞାନଦୀପ ଜାଳ 
ମୁକତିର ପାଇଁ ନାହିଁ ଚିନ୍ତା l

ଛତା ଟିଏ ଅବା ଜୋତା ଟିଏ 
କଥାଟିଏ କହୁଁ କଥାଟିଏ 
କେହି ସାନ ନୁହେଁ ଏହି ଜଗତରେ 
ସବୁ ଆବଶ୍ୟକ ଏଠି ଥାଏ l 

କଥାଟି ମୋହର ସରିଗଲା 
ଫୁଲ ଗଛଟି ତ ମରିଗଲା 
କାହିଁକି ଗଉଡ଼ ପାଣି ଦେଲାନାହିଁ 
ସେ କଥା ବୁଝିବା ଆସ ଭଲା 


ବିଷ୍ଣୁପ୍ରିୟା ପଣ୍ଡା
ପହଙ୍ଗା, ନିଆଳି, କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children