ଦୁଃଖ କହିବି ନା ସୁଖ କହିବି
ଦୁଃଖ କହିବି ନା ସୁଖ କହିବି
ଦୁଃଖ କହିବି ନା ସୁଖ କହିବି
ଦୁଃଖ କହିବି କି ସୁଖ ବା କହିବି
କୁହେ ଅଙ୍ଗେଲିଭା କଥା
ଏହି କଥା ଟିକୁ କହିବା ଆଗରୁ
ମନକୁ ଆସଇ ବ୍ୟଥା l
କିଛି ଦୁଃଖ କିଛି ସୁଖକୁ ନେଇତ
ସଂସାର ଗଢିବା ହୁଏ
ଟଙ୍କାଟିର ଦୁଇ ପାର୍ଶ୍ଵ ଏ ଦୁହେଁ ତ
ନ ଛାଡେ କାହାକୁ କିଏ l
ବଡ଼ଭାଇ ସୁଖ ସାନ ଭାଇ ଦୁଃଖ
ଦୁହିଁରେ ଲୋତକ ଝରେ
କେ ଖୁସିର ଲୁହ କେ ଦୁଃଖର ଲୁହ
କୁହ ତୁମେ ବିଚାରରେ l
ସାନ ଭାଇ କେବେ ବଡ଼ କୁ ନ ଛାଡେ
ପିଛା ତାର ଧରିଥାଏ
ଭିତରେ ଭିତରେ ଚେରକୁ କାଟଇ
ହିଂସାରେ ସେ ଜଳୁ ଥାଏ l
ସ୍ୱାର୍ଥ ପଛେପଛେ ଦୁଃଖ ଧାଇଁଥାଏ
ନିସ୍ଵାର୍ଥେ ମିଳଇ ସୁଖ
ଧନ ପାଇଁ ସ୍ଵାର୍ଥେ ଅନ୍ଧ ହୋଇ ନର
ଦୁଃଖ ମଣେ ମହା ସୁଖ l
ମାୟାରେ ବାୟା ଏ ସଂସାରେ ସଂସାରି
ମାୟାଧର କରେ ମାୟା
ଯୋଗମାୟା ଏଠି ଯନ୍ତ୍ର ଟିପୁଥାନ୍ତି
କେହି ନଜାଣନ୍ତି ଏହା l
ଦୁଃଖରେ ଇଶ୍ୱର ପ୍ରାପତ ହୁଅନ୍ତି
ଛିଣ୍ଡିଲେ ମାୟା ବନ୍ଧନ
ସୁଖିଲୋକ କାହୁଁ ସେ ଭାବ ପାଇବ
ସୁଖେ ସେ କାଟଇ ଦିନ l
ଦୁଃଖ କୁ ଯେ ସୁଖ ମଣେ ସେହି ସାଧୁ
ଗୀତା ଭାଗବତ କହି
ସେ ପାଠ ପଢିଲେ ମାୟା ର ବନ୍ଧନୁ
ବାହାରିବl ଆମେ ଭାଇ l
ବିଷ୍ଣୁପ୍ରିୟା ପଣ୍ଡା
CDA, Sector 13, Cuttack
Phone no.- 8895616126
