ଶ୍ୟାମ ସୁନ୍ଦର
ଶ୍ୟାମ ସୁନ୍ଦର
ମନସିଜ ମନ ମୋହନ ଘନ
ଶ୍ୟାମ ସୁନ୍ଦର ହେ
ହେମ ବରନି ପ୍ରେମରେ ଆଜି
ପ୍ରୀତି ଜରଜର ରେ l
ମନସିଜ.............
ନବ ଦୁର୍ବାଦଳ ଶ୍ୟାମଳ ମୁରତି
ନାରୀ ଚିତ୍ତ ଚୋର ହେ
ଅଷ୍ଟ ପାଟ ବଂଶୀ ପଛରେ ଗୋଡ଼ାନ୍ତି
ମନ ରାଧା ଠାର ରେ l
ମନସିଜ...........................
ବସନ୍ତ ଋତୁର ଆଗମନ ଦେଖି
ମନ ଛନ ଛନ ରେ
କେତେ ପ୍ରେମ ଦେଇ ବାନ୍ଧେ ରାଧାରାଣୀ
ବାଇ ପ୍ରାୟ ମନ ରେ l
ମନସିଜ.......... .......
ଆମ୍ର ବୃକ୍ଷେ ପୁଣି କୋକିଳ କାକଳି
ଶୁଭେ ଘନ ଘନ ରେ
କୁନିକୁନି କଷି ଆମ୍ବ ମାଥେ ଧରି
ଚାଲିଯାଉ ଦାଣ୍ଡ ରେ l
ମନସିଜ............................
ପ୍ରେମ ରଙ୍ଗେ ଆଜି ରଂଗାଇ ଦେଇଛୁ
ସାରା ଉତ୍କଳ କୁ ରେ
ହଳଦୀ ବସନ୍ତ ଡେଉଁଛି ପ୍ରେମରେ
ଏ ଡ଼ାଳୁ ସେ ଡାଳ ରେ l
ମନସିଜ............................
ଦକ୍ଷିଣ ଦିଗରୁ ଦକ୍ଷିଣା ବହୁଛି
ସକଳେ ଆନନ୍ଦ ରେ
ପ୍ରେମେ ମଗ୍ନ ହୋଇ ନାଚି କୁଦି ହସି
ଗାଇ ଗୀତ ବାଦ୍ୟ ରେ l
ମନସିଜ.....................
ପ୍ରେମରେ ମଜିଲୁ ପ୍ରେମମୟ କଲୁ
ଜଗତ ପ୍ରେମରେ ବନ୍ଧାରେ
ପ୍ରେମ ଋତୁ ବୋଲି ଋତୁ ରା଼ଜ ହେଲା
ରଙ୍ଗ ବୋଳିଦେଲୁ ରେ l
ମନସିଜ.............................
ରଙ୍ଗେ ରଂଗାଇଲୁ ପ୍ରେମେ ମଜାଇଲୁ
ପିଠା ପଣା ଖଜା ନେ ରେ
ଫଳ ମୂଳ ସାଥେ ଉଖୁଡା ଓ ଖଜା
ଦାଣ୍ଡେ ବୁଲି ଖାଇ ଦେ ରେ
ମନସିଜ...............................
