ପ୍ରେମ
ପ୍ରେମ
ସତେ କି ସ୍ବର୍ଗରୁ ପାରିଜାତ ଆଣି
ଇନ୍ଦ୍ରଧନୁ ରଙ୍ଗ ଦେଇ
ମଧୁ ମକ୍ଷିକା କି ପଦ୍ମପୁଷ୍ପ ପ୍ରେମେ ସତେକି ହୋଇଛି ବାଇ l
ପବିତ୍ର ସ୍ମାରକି ଖୋଜୁଥାଏ ପ୍ରେମ
ପତିତପାବନି ତୁଠେ
ଶରୀର ମନ୍ଦିରେ ଦୀପ ଶିଖା ଟିଏ
ଲିଭେ ନାହିଁ ସିଏ ମୋଟେ l
ଝରା ଶେଫାଳି ଵି ଝରିପଡି ଗାଏ
ସକାଳର ପ୍ରେମ ଗାଥା
ଝଡିଗଲି ବୋଲି ପ୍ରେମ ମୋର ନାହିଁ ନଭାବ କେବେ ସେ କଥା l
କାହିଁ ସୂର୍ଯ୍ୟ କାହିଁ ପଦ୍ମ ଫୁଲ ଅଛି
ପଙ୍କ ରୁ ଯାହାର ଜନ୍ମ
କାହିଁ ରାଧା କାହିଁ କୃଷ୍ଣଚନ୍ଦ୍ରଛନ୍ତି ମନରେ ମିଶିଛି ମନ l
କୁମୁଦ କୁ ଚାହିଁ କୁମୁଦିନୀ ହସେ
ଫୁଲର ପ୍ରିୟ ଭଅଁର
ସମସ୍ତଙ୍କ ପ୍ରିୟ ଅଟନ୍ତି ଏ ଭବେ
ଆମରି କଳା ଠାକୁର l
ପ୍ରେମ ଝଡ଼େ ନାହିଁ ବ୍ୟଥା ଦିଏ ନାହିଁ
ପ୍ରେମେ ଏ ଜଗତ ବନ୍ଧା
ଜଗତନାଥଙ୍କୁ ପ୍ରେମେ ବାନ୍ଧିଦେଲେ
ହୁଏ ନାହିଁ ଅସୁବିଧା l
ବିଶ୍ୱାସ ବଳରେ ପ୍ରେମ ଗଢିଉଠେ
ତାଜମହଲ ଟି ପରି
ଜଗତରନାଥ ଚାହିଁଲେ ସକଳେ
ପ୍ରେମମୟେ ଯିବା ପୁରି l

