ମୁଁ ମାଆ କହୁଛି
ମୁଁ ମାଆ କହୁଛି
କାଳିଆ ବଳିଆ ସୁନାନାକୀ ଝିଅ
ସାଙ୍ଗହୋଇ ଥିଲେ ଆସି
ଆଜି ଯାଉଛନ୍ତି ମାଆ କାନି ଛାଡି
କର୍ମ ବେଦି ପରେ ହସି l
ବରଷକେ ଥରେ ଆସିଥିଲେ ଧାଇଁ
ମନେପଡିଗଲା ମାଆ
ଜନମ ବେଦିର ସାଙ୍ଗସାଥିଗଣ
ସବୁ ହୋଇଛନ୍ତି ଠିଆ l
ଗହଳ ଚହଳ ଲାଗିଥିଲା ଘର
ଭକତ ଛାଡୁନଥିଲେ
ବାରମ୍ବାର କର୍ମ ବେଦିର ଯାତନା
ତାମନେ ପୁରାଇ ଦେଲେ l
ବହୁ କଷ୍ଟେ ନଅ ଦିନ ସେ ରହିଲା
ଆଜି ଛାଡିଯାଏ ମୋତେ
ଆରବର୍ଷ ଏହି ଦିନରେ ଆସିବି
କଣ୍ଟ ଦେଇ ଗଲେ କେତେ l
ନିର୍ଦ୍ଧନ ସଙ୍ଖାଳି ଦରିଦ୍ର ପସରା
କଳାକାହ୍ନୁ ନୀଳମଣୀ
ଜଗତ ଯାକର କଥା ସେ ବୁଝଇ
ମୋ କଥା ବୁଝଇ ପୁଣି l
କଥା ଦେଇ କଥା ରଖିଥାଏ ସିଏ
ଖେଚୁଡ଼ି ଭୋଗ ମୋ ଖାଏ
ରାଜରାଜେଶ୍ୱର ବେଶ ଭୁଲିଯାଇ
ମୋହରି କୋଳରେ ଶୁଏ l
ଆଜି ଚାଲିଯାଏ ମୋ ରଙ୍କୁଣିଧନ
ଫାଟିଯାଏ ମୋର ଛାତି
କେଉଁଦିନ ଏହି ବର୍ଷ ଅନ୍ତ ହେବ
ଗଣୁଛି ମୁଁ ଦିନରାତି l
କାଳ ଯାକୁ ଡ଼ରେ ସେ ମୋତେ ଡରୁଛି
ମୁଁ ତା ମାଆ କହୁଛି
ମୋହ କଥା ମlନି ବରଷକେ ଥରେ
ମୋପାଖୁ ସେହି ଆସୁଛି l
କାଳିଆର ମାଆ ବଳିଆର ମାଆ
ସୁନାନାକୀ ଝିଅ ମାଆ
ମୋହର କଥାକୁ ମନେ ରଖିଥିବ
ଆରେ ମୋ ଜଗା ବଳିଆ l
ମୁଁ କହୁଛି ତୁମର ମାଆ
ମୁଁ କହୁଛି ତୁମର ମାଆ l
ବିଷ୍ଣୁପ୍ରିୟା ପଣ୍ଡା
ପହଂଗା, ନିଆଳି, କଟକମୁଁ
