STORYMIRROR

Bishnupriya Panda

Children Stories

4  

Bishnupriya Panda

Children Stories

କଲମ ଟିଏ ମୁଁ

କଲମ ଟିଏ ମୁଁ

2 mins
9


କଲମ ଟିଏ ମୁଁ l କାମ ମୋର ଲେଖିବା l ଆଗରୁ ଲେଖନୀ ସାହାଯ୍ୟରେ, ତା ପୂର୍ବରୁ ପତ୍ର ସାହାଯ୍ୟ ଓ ଖଡ଼ିକl ରେ,ତାପରେ କାଠି କଲମ କାଳି ବୁଡ଼ାଇ, ତାପରେ କାଳି ପଶି ଫାଉଟେନ ପେନ, ଏବେ କିନ୍ତୁ ରୂପାନ୍ତରିତ ହୋଇଛି ଡ଼ଟ ପେନ ରେ l ସେକଥା ଛାଡ଼ନ୍ତୁ ଆହୁରି ଉନ୍ନତ ଏବେ ପ୍ରିଣ୍ଟର l ସେ ମଧ୍ୟ୍ୟ ସେହି କଲମ କାଳିରେ ଲେଖୁଛି l ବସିବସି ବ୍ୟସ୍ତ ହୋଇଗଲେ କିମ୍ବା ବ୍ୟସ୍ତ ବହୁଳତା ଜୀବନ ଭିତରେ ଅତିଷ୍ଠ ହେଲେ ମନ ହୁଏ ଦୁଇପଦ ଲେଖିଦେବା ପାଇଁ l ଲେଖିଦେଲେ ମନକୁ ଶାନ୍ତି ମଧ୍ୟ ମିଳେ ଖୁସିବି ଲାଗେ l କ୍ଲାନ୍ତ ଶରୀରକୁ ବିଛଣା ରେ ପକାଇ ଦେଇ ଦୁଇପଦ ଲେଖିଦେଲେ ସେ ଇଶ୍ୱର ହୁଅନ୍ତୁ କି ଚୋର ହେଉ, କଲମ ଯାହା ଆଡ଼କୁ ଗଲା l ଯେଉଁ କଲମ ମୁନରେ ଦୁଇ ଧାଡ଼ି ଲେଖିଦେଲେ ଚୋର ଖସିଯାଏ ସାଧୁ ମଧ୍ୟ ଫାଶୀ ପାଇଯାଏl ଏଡିକିଟିକେ କଲମ ସେ ଚାହିଁଲେ ପୃଥିବୀକୁ ଓଲଟ ପାଲଟ କରିଦିଏ l ଆଜି ବସି ଭାବିଲି କଣ ଲେଖିବି ଲେଖୁଲେଖୁ କଲମ କହିଲା, ଏତେ ଗପ ଗୀତ ତ ଲେଖୁଛୁ ମୋ କଥା ଟିକେ ଲେଖେ l ମୁଁ ଭାବିଲି ସତେତ, ଗଙ୍ଗା ନିକଟେ ଯେତେ ଜନ, ଅତି ପରଚେ ଅପମାନ l ସବୁଦିନ ତୋ ସହିତ ସାକ୍ଷାତ ହେଲେ ମଧ୍ୟ ତୋ କଥା ମୁଁ କେବେ ଭାବିନି l ଆଜି ଭାବିଲି ଏ ମଣିଷର ତୁ କେତେ ଉପକାରି l ଏହିକଥା ଭାବୁଭାବୁ ଶୋଇପଡିଲି l ସ୍ୱପ୍ନ ଦେଖିଲି, ଦାଣ୍ଡରେ ଠିଆ ହୋଇ ଜଣେ ଡ଼ାକ ପକାଉଛି ମା ମା କବାଟ ଖୋଲ ମୋତେ ବାବୁ ପଠାଇଛନ୍ତି l ସ୍ୱପ୍ନରେ କବାଟ ଖୋଲି ଦେଖେତ ବିଭିନ୍ନ ରଙ୍ଗ ବେରଙ୍ଗ ର କଲମ ଧରି ଜଣେ ଠିଆ ହୋଇଛନ୍ତି l ତାଙ୍କ ହାତରୁ ସେଗୁଡିକ ନେଇଜାଇ ଗୋଟିଏ ମୂର୍ତ୍ତି ଅlଙ୍କିଦେଲି l ଯେଉଁ ସ୍ଥାନରେ ଯେଉଁ ରଙ୍ଗ ଲାଗିବ ତାକୁ ଲଗାଇ ଦେଲି, ସବୁରଙ୍ଗ ଲଗାଇ ସରିଲା ପରେ ସେ ମୂର୍ତ୍ତି ଝଲସି ଉଠିଲା l ଆବେଗଭରା ନୟନରେ ସେ ମୂର୍ତ୍ତିକୁ ଦେଖି ଆତ୍ମବିଭୋର ହୋଇଗଲି l ଭାବିଲି ସ୍ରଷ୍ଟା ଆମକୁ ଏମିତି ଖାଲି ପେନସିଲରେ ଆଙ୍କି ଛାଡି ଦେଇଛି l ଆମେ ଯଦି ତା ଦେହରେ ବିଭିନ୍ନ ପ୍ରକାର ରଙ୍ଗ ଦେବା ସୁନ୍ଦର କରି ନିଜକୁଭକ୍ତି ଜ୍ଞାନ ରଙ୍ଗରେ ସଜାଇବା ତେବେ ଆମେ ନିଜର ମୁକ୍ତି ସହ ଆମ କଲମର ମlଧୁର୍ଯ୍ୟତା ଫୁଟାଇ ପାରିବା l ଗଢି ଜାଣିଲେ ଆତ୍ମାର ଉନ୍ନତି ତଥା କାରିଗରର ଉନ୍ନତି ହୋଇପାରିବ l ଆମେ ଯଦି 
ରଙ୍ଗ ଦେବାର ଶୈଳୀ କୁ ଜାଣି ନପାରିବା ତେବେ ଆମ ମୂର୍ତ୍ତି ବିକ୍ରି ହେବ କିପରି? ଏ ପୃଥିବୀରେ ସବୁ ଜିନିଷ ପଡିଛି ଆମକୁ କେବଳ ତାକୁ ସଜାଇବା ଦରକାର l ଗଢିଜାଣିଲେ ଦେଶ ସୁନ୍ଦର l ନିଜକୁ ଠିକ ରେ ଗଢିଲେ ତ ଅନ୍ୟକୁ ଗଢିବାରେ ସାହାଯ୍ୟ କରିବା l ସପନ ଭାଙ୍ଗିଲା, ଉଠିକରି ଭାବିଲି ସବୁ ଏହି କଲମର କରାମତି l ଧନ୍ୟ ତୁ କଲମ, ଧନ୍ୟ ତୋ କରାମତି l 

ବିଷ୍ଣୁପ୍ରିୟା ପଣ୍ଡା 
ପହଂଗା, ନିଆଳି, କଟକ


Rate this content
Log in