ମରାଳ ବାହିନୀ
ମରାଳ ବାହିନୀ

1 min

125
- ବସନ୍ତ ଋତୁ କୁ ସାଥିରେ ଆଣି ତୋ
- ବସନ୍ତ ପଞ୍ଚମୀ ପୂଜା
- ଜ୍ଞାନ ଦାତ୍ରୀ ବିଦ୍ୟlଦାତ୍ରୀ ବାକ ଦାତ୍ରୀ
- ସଂସାରେ ଉଡେ ତୋ ଧ୍ବଜା l
- ଶୁଭ୍ରା ବସ୍ତ୍ରାବୃତl ମରାଳ ବାହିନୀ
- ବିଷ୍ଣୁଙ୍କ ଘରଣୀ ମାଆ
- ମୂର୍ଖ କୁ ପଣ୍ଡିତ କରିପାରୁ ତୁହି
- ସଂସାରେ ଖ୍ୟାତ ତୋ ନାଁ l
- ମାଘମାସ ପୁଣ୍ୟ ମାସେ ଆଗମନ ଶୋଭିନୀୟ କରି ଧରା
- ଘରଘରେ ପୂଜା ପାଉଥାଉ ତୁହି
- ସକଳେ ତୋର ଆସରା l
- ମହାମୂର୍ଖ କାଳି ଦାସ ତୋ ପ୍ରସନେ
- ହେଲେ କବି ଅଗ୍ରଗନ୍ୟ
- ତୋର ଦୟା ବଳେ ଅଜ୍ଞାନ ଦୁରେଇ
- ସର୍ବେ ହେବେ ଜ୍ଞାନବାନ l
- ଘୋର ବିପତ୍ତି ଏ ସଂସାରେ ଘୋଟିଛି
- ବାରେ ପରିତ୍ରାଣ କର
- ସଭିଙ୍କ ହୃଦୟେ ଜ୍ଞାନାଲୋକ ଜାଳି
- ପୃଥିବୀ କୁ ଥୟ କର l
- ବିଷ୍ଣୁପ୍ରିୟା ପଣ୍ଡା
- ପହଂଗା, ନିଆଳି, କଟକ