STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆମେ ଯେ ଏକ

ଆମେ ଯେ ଏକ

1 min
174


ଜୁଇ ଯାଈ ହେନା ଟଗର ମନ୍ଦାର

  ଛୁରିଆନା କନିଆର

ଗୋଟିଏ ମାଳାରେ ପାଉଅଛୁ ଶୋଭା

  ଆହା କେଡ଼େ ମନୋହର!


ଆମେ ତ ସୁମନ ଏକ ବଗିଚାର

 ଆମ ମନେ ନାହିଁ ଭେଦ

ମିଳିମିଶି ଆମେ ହଲୁଛୁ ଝୁଲୁଛୁ

  କାହା ମନେ ନାହିଁ ଖେଦ।


ବାସ ବି ଅଲଗା ରଙ୍ଗ ବି ଅଲଗା

 ଅଲଗା ଗଢ଼ଣ ଆମ

ଯେତେ ବି ଅଲଗା ହୋଇଲେ ଆମେ ରେ

  ଗୋଟିଏ ଆମର ମନ।


ସେହିପରି ଏଇ ଦେଶ ଟି ଆମର

  ଅଲଗା ଭାଷା ଓ ଜାତି

ଅଲଗା ପୋଷାକ ଅଲଗା ବି ବେଶ

  ଗୋଟିଏ ଆମର ନୀତି।


ଖାଦ୍ୟ ତ ଅଲଗା ଚଲଣି ଅଲଗା

  ଯେତେ ବି ଅଲଗା ହେଉ

ସବୁ ଅଲଗା ରେ ଆମେ ତ ଗୋଟିଏ

  ଏହି କଥା କହି ଥାଉ।


ଅନେକ ଫୁଲରେ ମାଳଟି ସୁନ୍ଦର

  ଅନେକ ରେ ଏକ ଆମେ

ସେହିପରି ଆମ ଦେଶ ଟି ସୁନ୍ଦର

  ହୋଇଛି ଏ ଧରା ଧାମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational