ଯୁଗେ ଯୁଗେ ନାରୀ
ଯୁଗେ ଯୁଗେ ନାରୀ
ଯୁଗେ ଯୁଗେ ନାରୀ ଶକ୍ତିର ଆଧାର,
କେବେ ସ୍ନେହମୟୀ ମା
ତାର ଜୟଗାନ କରେ ଏହି ମାଟି,
ହୁଏ ସେ ସବୁରି ସାହା ।
କରୁଣାର ମୂର୍ତ୍ତି ମମତାର ଶକ୍ତି,
କେବେ କାଳୀ କେବେ ଦୁର୍ଗା
ଅଇରୀ ବିନାଶେ ଚାମୁଣ୍ଡା ସାଜଇ,
ମାତୃରୂପେ କେବେ ଶୋଭା ।
ନୁହେଁ ଅସହାୟା ବନ୍ଦିନୀ କାୟା,
ନୁହେଁ ପୁରୁଷର ଛାୟା
ନଗ୍ନ ମାଟିର ମଗ୍ନ ବିନ୍ଧାଣୀ,
ଵିଧି ଅନୁକୃତି ଯାହା ।
ଜହ୍ନଠୁ ଶୀତଳ ଫୁଲଠୁ କୋମଳ,
ମମତାର ସ୍ରୋତସ୍ୱିନୀ
ନୁହେଁ ସେ ଅବଳା ନୁହେଁ ସେ ଦୁର୍ବଳା,
ଦୁର୍ଗାସମ ତେଜସ୍ୱିନୀ ।
କନ୍ୟା ହୋଇକେବେ ମା ବାପା କୋଳେ,
ଖୁସି ସେ ଅଜାଡ଼ି ଦିଏ
ସୁମନାସ ସହ ଭାଇର ହାତରେ,
ରାକ୍ଷୀ ବାନ୍ଧିବାକୁ ଚାହିଁଥାଏ ।
କେବେ ଅନୁପମା ପ୍ରିୟତମା ସାଜେ,
କେବେ ଚଣ୍ଡୀ କେବେ ଦୁର୍ଗା
ପ୍ରୀତି ଡୋରେ ବାନ୍ଧେ ସଭିଙ୍କ ମନକୁ,
ଦୁର୍ଲଭ୍ୟ ତାହାର ଆଭା ।
ବଧୂ ସାଜି ଯାଏ ଅଜଣା ରାଇଜେ,
ପରକୁ ଆପଣା କରେ
ବିଶାଳ ତାହାର ଧୈର୍ଯ୍ୟ ଶିଖର,
କର୍ତ୍ତବ୍ୟର ତାଡ଼ନାରେ ।
ଛାଡ଼ି ବାପା ମା ବନ୍ଧୁ ପରିଜନ,
ସାଙ୍ଗ ସାଥୀ ସହଚର
ବିସ୍ତୃତ ସାଗର ହୃଦୟ ତାହାର,
ଅନ୍ୟ ହିତେ ସମର୍ପଣ ।
ଅଭିଧାନେ ନାହିଁ ବିଶ୍ରାମ ତାହାର,
ପ୍ରୀତି ଫଲ୍ଗୁ ତାର ମନ
ଜନ୍ମରୁ ମରଣ ଜୀବନ ତାହାର,
କେବେ ଉତ୍ଥାନ କେବେ ପତ୍ତନ ।
କୋମଳା ସରଳା ନିଷ୍ପେସିତl ନୁହେଁ,
ସେ ଯେ ଦେବୀ ସମ ସୁବାସିନୀ
ମାତା ଜଗଦମ୍ବl ବିଶ୍ୱ କଲ୍ୟାଣୀ,
ଉତ୍କର୍ଷେ ମନସ୍ବିନୀ ।
ବ୍ୟଥା ଲ
ାଞ୍ଚ୍ଛନା ବିଦ୍ରୁପ ବ୍ୟଞ୍ଜନା,
ତୁଛ ତୋର ପାଦ ତଳେ
ଛିନ୍ନ କରିଦେ ବନ୍ଧନ ତୋର,
ଯାହା ଥିଲା କାଳେ କାଳେ ।
ସ୍ପର୍ଦ୍ଧିତ ମସ୍ତକେ ନୟନ ତୋହର,
ନଭଶ୍ଚ୍ୟୁମ୍ବୀ ହେଉ ଦୃଷ୍ଟି
ନାରୀ ନୁହେଁ ତୁ ନାରାୟଣୀ ସାଜି,
ବର୍ଦ୍ଧିତ କର ତୁ ସୃଷ୍ଟି ।
ନବକାଳିକାର ସୁପ୍ତ ଶକ୍ତି ତୋର,
ନାରୀ ଜାଗ୍ରତ କର ଆଜି
ସୂର୍ଯ୍ୟମାଳିକା ଖଡ୍ଗ ଉଠା ତୁ,
ଦଶପ୍ରହରଣେ ସାଜି ।
ତୁ କର୍ମଯୋଗିନୀ ସୃଷ୍ଟି ସଙ୍ଗିନୀ,
ମମତାର କାନ୍ତକଳା
ଆଦିତ୍ୟ ସମ ପ୍ରଖର ଜ୍ୟୋତି ତୁ,
ଅଗ୍ନିସ୍ପୁଲିଙ୍ଗର ଜ୍ୱାଳା ।
ଅଭିମନ୍ତ୍ରୀତା ତୁ ଅଭିନନ୍ଦିତା,
ପୂଜ୍ୟା ନାରୀ ଯୁଗେ ଯୁଗେ
ଭୁଲିଛି ସଂସାର ତୋର ସମର୍ପଣ,
ରକ୍ଷାକର୍ତ୍ତୀ ତୁହି ଭବେ ।
ତୁହି ମା ଗିରିଜା ତୁହି ଶୈଳଜା,
ତୁହି ଅଟୁ ମାତା ଶିବାନୀ
ମହାଲକ୍ଷ୍ମୀ ତୁହି ଜଗତ ବନ୍ଦିନୀ,
ଶlରଦା ବୀଣା ବାଦିନୀ ।
ତୁହି ମାତା ସୀତା ତୁହି ମନ୍ଦୋଦରୀ,
ତୁହି ତାରା ତୁହି କୁନ୍ତୀ
ପ୍ରତିଶୋଧର ବହ୍ନିବଳୟରେ,
କେବେ ତୁ କୃଷ୍ଣା ଦ୍ରୌପଦୀ ।
କ୍ରାନ୍ତିକାରିଣୀ ତୁ ବୀରାରମଣୀ,
ତୁହି ଉତ୍ତପ୍ତ ଲାଭା
ଲେଲୀହାନ ଶିଖା ନୟନେ ତୋହର,
କେବେ ଅସ୍ତରାଗର ଲାଲିମା ।
ତୁହି ଲକ୍ଷ୍ମୀବାଇ ତୁହି ଶୁକଦେଇ,
ତୁହି ଗାର୍ଗୀ ତୁହି ଶ୍ରୀମା
ମଦର ଟେରେସା ରମାଦେବୀ ତୁହି,
ତୁହି ମାତା କସ୍ତୁରବା ।
ସବୁ ରୂପେ ତୁହି ଲାଗୁ ସୁନ୍ଦର '
ପ୍ରୀତିଭରା ହୃଦୟରେ
ଦୁଇକୂଳ ପାଇଁ ହିତ ସାଧୁ ତୁହି,
କଲ୍ୟାଣୀ ଏ ସୃଷ୍ଟି ସମ୍ଭାରେ ।