STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଭକ୍ତି

ଭକ୍ତି

2 mins
523


ମହା କାର୍ତ୍ତିକରେ ଶ୍ରୀକ୍ଷେତ୍ର ଭାବରେ 

   ମନ ପତିତ ପାବନ,

ଶ୍ରଦ୍ଧା ମୋ ବାଇଶି ପାହାଚ କରିଛି

    ନୀଳ କନ୍ଦରେ ସୁମନ।


ହୃଦୟ ତୁଳସୀ କାନନ ରେ ମୋର

    ଭକ୍ତିତୀର୍ଥ ଜଳଧାର,

ବିଶ୍ୱାସ ଦୀପାଳି ଅଖଣ୍ଡେ ଜଳୁଛି

   ଆହା ଗଳାମାଳି ମୋର ।

   

କାର୍ତ୍ତିକ ମାହାତ୍ମ୍ୟ କୃଷ୍ଣ ଦ୍ୱୈପାୟନ

ବର୍ଣ୍ଣନା ବ୍ୟାସଙ୍କ ଦ୍ୱାରା,

ପଦ୍ମ ପୁରାଣରେ ଲବଣୀ ଚୋରାଇ

ଚର୍ତୁବର୍ଗ ଦାୟୀ ପରା ।


ମାତା ଯଶୋମତୀ ଦୌଡ଼ିଣ ଯାଆନ୍ତି

ଦଧି ହାଣ୍ଡି ଭଙ୍ଗା କୀର୍ତ୍ତି,

ହେମଦସ୍ତାରେ କାହ୍ନା ପେଟକୁ ରଶି

ଲଗାଇ ବାନ୍ଧି ଦିଅନ୍ତି ।


କାର୍ତ୍ତିକ ମାସରେ କାହ୍ନା ସଙ୍ଗେ ରାଧା

ସାକ୍ଷାତ କରିବା ଡେରି,

କ୍ରୋଧେ ରାଧାରାଣୀ ଆଣିଏକ ଲତା

ବାନ୍ଧିଥିଲେ ରାଗିକରି ।


ମାତା ଯଶୋମତୀ ପର୍ବ ଯୋଗୁତାଙ୍କୁ

ଛାଡି ନ ଥିଲେ ଜାଣିଲେ,

ଲଜ୍ଜିତ ହୋଇଣ ବନ୍ଧନ କାହ୍ନାଙ୍କୁ

ମୁକ୍ତ କରି ଦେଇଥିଲେ ।


ଭବିଷ୍ୟ ପୁରାଣେ ବର୍ଣ୍ଣନା ହୋଇଛି

ରାଧା ଦାମୋଦର ମାସ,

ରଶି ଦ୍ୱାରା ଉଦରକୁ ବାନ୍ଧିକରି

ଆତ୍ମ ନିୟନ୍ତ୍ରଣ (ଦମ )ଆଶ ।


ଦାମୋଦର ମାସ ଅତ୍ୟନ୍ତ ମହତ୍ୱ

ନାରାୟଣ ବ୍ରହ୍ମାଙ୍କୁହିଁ,

ବ୍ରହ୍ମା ନାରଦଙ୍କୁ, ନାରଦ ପୃଥୁଙ୍କୁ

ସ୍କନ୍ଦ ପୁରାଣ କୁହଇ ।


କୃଷ୍ଣଙ୍କର ପ୍ରିୟ ଦାମୋଦର ମାସ

ବନସ୍ପତି ରେ ତୁଳସୀ,

ଧର୍ମକ୍ଷେତ୍ର ମଧ୍ୟେ ଦ୍ୱାରିକା ବିଶେଷ

ତିଥି ମଧ୍ୟେ ଏକାଦଶୀ ।


ମାସ ଶ୍ରେଷ୍ଠପ୍ରଭୁ 'ମୁଁ 'ନିଜେ କାର୍ତ୍ତିକ

ନିଜ ମୁଖୁ ଗୀତାବାଣୀ,

ଦାମୋଦର ମାସ ଦୁର୍ଲ୍ଲଭ ପ୍ରକାଟ୍ୟ

ଧରାରେ ତୁଳସୀ ରାଣୀ ।


ଲୀଳାମୟଲୀଳା ରାଧାରାଣୀ ଖେଳା

ଏ ମାସ ଅତ୍ୟନ୍ତ ପ୍ରିୟ,

ଭାବରେ ବସାଇ ତୁଳସୀ ର ଲୀଳା

ଦାମୋଦର ଙ୍କୁ ଯା ଶ୍ରେୟ ।


ଶ୍ରୀକୃଷ୍ଣ ବଲ୍ଲଭା ମୂଳେ ଗଙ୍ଗା ତୁମ

ଡାଳେ ବିଷ୍ଣୁ ପତ୍ରେ ଦେବ,

ମଣୋହ ହୋଇବ ଭାଗ୍ୟକେ ତା' ସମ

ପତ୍ରେ, ପତ୍ରେ ଅନୁଭବ ।


ମୋକ୍ଷଦାୟୀ ହୁଏ ଦାମୋଦର ମାସ

ଦୀପଦାନ ର ମହତ୍ୱ,

ଧର୍ମ, ଅର୍ଥ, କାମ, ମୋକ୍ଷ ଏ ବିଶ୍ୱାସ

ଅଶ୍ୱମେଧ ଯଂଜ୍ଞ ତତ୍ତ୍ୱ ।


ପିତୃ ପୁରୁଷଙ୍କୁ ଦୀପ ଦାନ କରି

ପିତୃଶାନ୍ତି ଅର୍ଥେ କର୍ମ,

କୃଷ୍ଣ ପ୍ରସାଦ ଆହାରେ ଅନୁସରି

ନୀତି, ନିୟମର ମର୍ମ ।


ପ୍ରେମ ଦଉଡିରେ ହେ ପରମେଶ୍ୱର

ବାନ୍ଧି ହେବା ଯାହା ସାର,

ସେ ପ୍ରେମ କାହିଁକି ହେ ହୃଦେୟଶ୍ୱର

ଭିଜାଉନ ଏ ଅନ୍ତର ।


ଗୀତା, ଭାଗବତ ଯାହା ମୁଁ "ଦେଖିଲି

ଦୁଃଖ, ସୁଖଠାରୁ ଦୂରେ,

ନିରାକାର ତୁହି ଆକାର ତ ନାହିଁ

କିପରି ବାନ୍ଧିବି କରେ ।


ମୋ ଆଖିରେ ଲୁହ ସାଇତି ରଖିଛି

ଆସିବୁ କେବେ ତୁ କାହ୍ନା,

ପାଦ ପଖାଳିବି ପଣତେ ପୋଛିବି

କୋଳେ ବସାଇବି ସିନା ।


ତୋପରିକେ'ନାହିଁମୋପାଇଁରେ ଧନ

କେମିତି ରେ ମୁଁ "କହିବି,

ପ୍ରତିକ୍ଷଣ ମୋତେ ଅଧିର, ବିଭୋର

ତୋ ଭାବକୁ ଭାବି, ଭାବି ।


କହିଦେଲେ ଶୁଣୁରେ ଦୁଃଖକୁ ମୋର

ମା"ଆ ବୋଲି ଟାଣ ପଣ,

ଭାଙ୍ଗିବୁନି ତୋତେ ରହିଲା ରାଣ ମୋ'

ସବୁ ମୁହୂର୍ତ୍ତ କାର୍ତ୍ତିକ ଫୁଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational