STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଉଚ୍ଚା ରହୁ ମୋ ତ୍ରିରଙ୍ଗା

ଉଚ୍ଚା ରହୁ ମୋ ତ୍ରିରଙ୍ଗା

2 mins
337



ବିଧାତା ସୃଜିଲେ ଏ ଧରଣୀ ବକ୍ଷେ

ଯେତୋଟି ମନୁଷ୍ୟ ବାସ

ସବୁଠୁ ସୁନ୍ଦର ତା ମଧ୍ୟେ ମୋହର

ଦେଶ ଏ ଭାରତ ବର୍ଷ l


ଦେବତା ଇଚ୍ଛନ୍ତି ଜନମ ନେବାକୁ

ପୂତ ଭୂମି ଏ ଭାରତେ

ଶୁଭ୍ର ଶୈଳଶ୍ରେଣୀ ହିମାଳୟ ଯାର

ଶିରେ ମୁକୁଟ ପ୍ରକଟେ l


ଭୁସ୍ୱର୍ଗ କାଶ୍ମିର ତା ମସ୍ତକେ ମଣି

ପାଦ ପଖାଳେ ଜଳଧି

ବକ୍ଷରେ ତାହାର ବିନ୍ଧ୍ୟ ଗିରି ବର

ଗଙ୍ଗା ଗୋଦାବରୀ ନଦୀ l


ସତ୍ୟ ଓ ଅହିଂସା ମୁଳ ମନ୍ତ୍ର ଯାର

ବେଦ ପୁରାଣ ବଖାଣେ

ଜଗତେ ଏପରି ଦେଶଟିଏ ଅଛି

ଦେଖିଛ କି କାହିଁ ଜଣେ l


ଆର୍ଯ୍ୟାବର୍ତ୍ତ ଦେବ ଭୂମି ଏ ଭାରତ

ମୁନି ଋଷି ବାକ୍ୟେ ପୂତ

ବକ୍ଷେ ବହେ ଯାର ପୂତ ନୀର ଧାର

କୃଷ୍ଣା, ସିନ୍ଧୁ, ବ୍ରହ୍ମପୁତ୍ର l


ସୂରୁଜ ଉଇଁଲେ ପ୍ରଥମ କିରଣେ

ଦେଖନ୍ତି ମାଆର ମୁଖ

ତାରା ଗଣ ଖଚି ରତ୍ନର ଚାନ୍ଦୁଆ

ଢାଙ୍କନ୍ତି ଚନ୍ଦ୍ର ମୟୂଖ l


ଯେ ଭୂମି ପ୍ରଚାରେ ପ୍ରେମର ରାଗିଣୀ

ବିଶ୍ୱ ଭ୍ରାତୃତ୍ୱର ବାଣୀ

ସର୍ବେ ଆମ୍ଭେ ବସୁଧୈବ

କୁଟୁମ୍ବକମ୍ 

ବିଶ୍ୱର ଭାଈ ଭଉଣୀ l


ବିଶ୍ୱରେ ବୃହତ ଗଣତନ୍ତ୍ର ଯାର

ଶାସନ ପ୍ରଜା ତନ୍ତ୍ରର

ରାମରାଜ୍ୟେ ପ୍ରଭୁ ପ୍ରଜାନୁରଞ୍ଜନ

ପ୍ରଚାର ମହା ମନ୍ତର l


ସେ ପବିତ୍ର ଭୂମେ ଆନନ୍ଦେ ଵିହରୁ

ଆମ୍ଭେ ସର୍ବେ ଦେଶ ବାସୀ

ଯେ ଭୂମେ ବିରାଜେ ପୁଣ୍ୟ ତୀର୍ଥ

ଯଥା ଦ୍ୱାରିକା, ମଥୁରା, କାଶୀ l


ଆଜି ଆମର ସେ ମହାନ ପରବ

ଜାନୁଆରୀ ଏ ଛବିଶ

ସଗର୍ବେ ଉଡ଼ଇ ଆମରି ତ୍ରିରଙ୍ଗା

ଦେଇ ତିନୋଟି ସନ୍ଦେଶ l


କେଶରୀ ରଙ୍ଗଟି ଉର୍ଦ୍ଧ୍ୱରେ ଏହାର

ସୌର୍ଯ୍ୟ, ବୀରତ୍ୱ ପ୍ରତୀକ

ମଧ୍ୟଭାଗେ ଧଳା ସତ୍ୟ ଶାନ୍ତି ନିମ୍ନ

ନୀଳ ଭ୍ରାତୃତ୍ୱ ବ୍ୟଞ୍ଜକ l


ମଧ୍ୟ ଭାଗେ ତାର ଅଶୋକ ଚକ୍ରଟି

ଦେଶ ପ୍ରଗତି ସୂଚକ

ସେ ପତାକା ତଳେ ଆସ ଦେଶବାସୀ

ହୋଇଯିବା ସର୍ବେ ଏକ l


ପ୍ରାର୍ଥନା କରିବା ଏ ଦେଶ ଗୌରବ

ବିଶ୍ୱରେ ବଜାୟ ରହୁ

ବିଶ୍ୱ ବିଜୟୀ ଏ ତ୍ରିରଙ୍ଗା ଆମର

ଉଚ୍ଚା ସଦା ରହିଥାଉ l

        


Rate this content
Log in

Similar oriya poem from Inspirational