Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Chandra Mudra

Inspirational

4  

Prabodha Chandra Mudra

Inspirational

ମୃତ୍ଯୋର୍ମା ଅମୃତଂ ଗମୟ

ମୃତ୍ଯୋର୍ମା ଅମୃତଂ ଗମୟ

2 mins
529


ହେ ଈଶ୍ୱର ! ତୁମ ସୃଷ୍ଟି ଅନୁପମ ଦୃଶ୍ୟ ଅତି ମନୋହର 

ଜଳ-ସ୍ଥଳ-ନଭ-ଗିରି-ବନ-ସିନ୍ଧୁ-ନଦୀ-ନିର୍ଝର-ନିକର ।


ଏ ଅନନ୍ତ ବିଶ୍ବ ବ୍ରହ୍ମାଣ୍ଡ ତୁମର ନାହିଁ ତା'ର ପଟାନ୍ତର

ପତ୍ର-ପୁଷ୍ପ-ଫଳ-ଶସ୍ୟ ଶ୍ୟାମଳରେ କରିଅଛ ଭରପୁର ।


ଜୀବନୀଶକ୍ତିର ମୂଳାଧାର ତତ୍ତ୍ୱ ପ୍ରାଣବାୟୁର ସଞ୍ଚାର

ଉଦ୍ଭିଦ ଓ ପ୍ରାଣୀ ଜଗତ ବଞ୍ଚନ୍ତି ବାୟୁକୁ କରି ଆଧାର ।


ସୂର୍ଯ୍ୟ-ଚନ୍ଦ୍ର ତୁମ ନୟନଯୁଗଳ ପ୍ରକାଶନ୍ତି ଶୁଭ୍ରାଲୋକ 

ସେହି ଦିବ୍ଯାଲୋକେ ହ୍ବନ୍ତି ଉଦ୍ଭାସିତ ଏହି ବିଶାଳ ଭୁଲୋକ ।


ପ୍ରାଣୀଙ୍କ ମଧ୍ୟରୁ ସର୍ବୋତ୍ତମ ଜୀବ ମାନବକୁ କଲ ସୃଷ୍ଟି

ଦୁର୍ଲଭ ମାନବେ ଦେଇଅଛ ପ୍ରଭୁ ଜ୍ଞାନ-ବୁଦ୍ଧି ପୁଣି ଶକ୍ତି ।


ଚଉରାଶି ଲକ୍ଷ ଯୋନିରୁ ନିସ୍ତରି ଅନ୍ତେ ହେଲା ନର ଜନ୍ମ

ଶ୍ରେଷ୍ଠଜୀବ ଭାବେ ହୋଇ ଅବତୀର୍ଣ୍ଣ ମଣିଲା ନିଜକୁ ଧନ୍ୟ ।


ଆତ୍ମବୁଦ୍ଧି ବଳେ ହୋଇ ମହାଜ୍ଞାନୀ ଲଭେ ସେ ଯଶପୌରୁଷ

ସର୍ବଶାସ୍ତ୍ରେ ପୁଣି ହୋଇ ସେ ପ୍ରବୀଣ ବୋଲାଏ ବିଜ୍ଞପୁରୁଷ ।

କ୍ଷଣଭଙ୍ଗୁର ଏ ନଶ୍ବର ସଂସାର ମୃତ୍ୟୁ ଅଟେ ଅନିବାର୍ଯ୍ଯ

ନିଜ ଲୀଳାଖେଳା କରିଣ ସମାପ୍ତ ଜୀବଯିବ ଯମାଳୟ ।


କେହି ତ ଅମର ନୁହଁଇ ସଂସାରେ ସର୍ବମିଥ୍ଯା ଓ ଅନିତ୍ୟ

ମୃତ୍ୟୁ ଅଛି ବୋଲି ସକଳ ଜୀବର ନାମଟି ଅଟଇ ମର୍ତ୍ତ୍ଯ ।


ଅନିତ୍ୟ ମର୍ତ୍ତ୍ୟରେ ଦେବତା ହେଲେ ବି ମୃତ୍ୟୁ ଧ୍ରୁବଏହାସତ୍ୟ

ରାମ-କୃଷ୍ଣ-ବୁଦ୍ଧ-ଯୀଶୁ-ମହମ୍ମଦ ସଂସାରୁ ହେଲେ ବିଦାୟ ।


ଅକ୍ଷୟ କେବଳ ଯଶ-କୀର୍ତ୍ତି-ତ୍ୟାଗ-ସେବା-ପୁଣ୍ଯ-ଦାନ-ଧର୍ମ

ଏ ଦିବ୍ୟ ଗୁଣର କଲେ ଉପଯୋଗ ନର ଯାଏ ଦିବ୍ୟଧାମ ।


କୀର୍ତ୍ତିମାନ ନର ଜଗତେ ଅମର ହୋଇଥାଏ ଏହା ସତ୍ଯ

ଅପକୀର୍ତ୍ତି ଦ୍ବାରା ମୂଲ୍ଯହୀନ ହୁଏ ନର ଜୀବନ ଅନିତ୍ୟ ।


ସେବା-ଆଦର୍ଶ ଓ ତ୍ଯାଗ ଜୀବନରେ ହୁଅନ୍ତି ମହାପୁରୁଷ

ଯାବତ ଚନ୍ଦ୍ରାର୍କ ଭୂଲୋକେ ଅମର ହୋଇଥାନ୍ତି ନିର୍ବିଶେଷ ।


ମୃତ୍ୟୁ ଧ୍ରୁବ ଜାଣି ଯେଉଁ ସୁପୁରୁଷ କରନ୍ତି ପରୋପକାର

ଅବଶ୍ୟ ସେ ନର ହୁଅନ୍ତି ଅମର ଏହା ଅଟେ ସତ୍ୟ ଗିର ।


ଅନିତ୍ୟ ଶରୀର ନ ହୁଏ ଅକ୍ଷର କାଳସ୍ରୋତେ ହୁଏ ଧ୍ବଂସ

କୃତକର୍ମର ଯେ କୀର୍ତ୍ତି-ଅପକୀର୍ତ୍ତି ପ୍ରସରେ ସମଗ୍ର ବିଶ୍ବ ।


ଶରୀର ନଶ୍ବର ଆତ୍ମା ଯେ ଅମର ଏ ତତ୍ତ୍ୱ ଶାସ୍ତ୍ର ପ୍ରମାଣ

ଆପଣାକୁ ଆପେ ଅମର ଭାବିବା ଏହାତ ମୂର୍ଖ-ଅଜ୍ଞାନ ।


ଯଶସ୍ବୀଙ୍କ ମୃତ୍ୟୁ ହେଲେ ଏ ମର୍ତ୍ତ୍ୟରେ ସେ ହ୍ବନ୍ତି ଚିର ଅମର

ଚିରକାଳ ପାଇଁ ତାଙ୍କ କୀର୍ତ୍ତିରାଜି ଇତିହାସେ ସ୍ବର୍ଣ୍ଣାକ୍ଷର ।


ମରଣୋତ୍ତରରେ ପ୍ରତିହୃଦୟରେ ପାଇଥାଏ ସଦା ସ୍ଥାନ

ମୃତ ହୁଏ ପୁଣି ଅମର ବ୍ୟକ୍ତିତ୍ୱ ସ୍ମୃତିରେ ହୁଏ ସ୍ମରଣ ।


ଯଶହୀନ ନର ହେଲେ ମୃତ୍ୟୁ ତା'ର ନପାଏ ହୃଦୟେ ସ୍ଥାନ

ପଶୁତୁଲ୍ଯ ହୋଇ ବଞ୍ଚଇ ସେ ନର ନଥାଏ ତା'ର ସମ୍ମାନ ।


ଅଜର-ଅମର ହୋଇଥାନ୍ତି ସୁର ମାନବେ ତାହା ବିରଳ

ଅମୃତକୁ ଲଭି ଅମରେ ଅମର ହୋଇଥାନ୍ତି ଚିରକାଳ ।


ଯେତେ ଅମରତ୍ବ ହୋଇଲେ ବି ସୁର ନ ସ୍ମରନ୍ତି ତାଙ୍କୁ କେହି

ପ୍ରକୃତ ଅମର ହୋଇଥାଏ ନର ଜନ୍ମ ଲଭି ଏହି ମହୀ ।


ବିଶ୍ବର ସକଳ ଗୁଣୀ-ଜ୍ଞାନୀ-ମାନୀ-ବିଜ୍ଞାନୀ-ନେତୃ-ସେବକ

ସହୀଦ ଯବାନ-କିଷାନ ଓ କର୍ମୀ-ବୁଦ୍ଧିଜୀବୀ ଓ ଶିକ୍ଷକ ।


ସ୍ବକୃତିତ୍ୱ ବଳେ କରିଣ ସୁକର୍ମ ଅର୍ଜିଲେ ଆତ୍ମସମ୍ମାନ

ଯଶଗୌରବରେ ହୋଇ ଅମରତ୍ବ ହେଲେ ସର୍ବେ ଆୟୁଷ୍ମାନ ।


ମହାପୁରୁଷଙ୍କ ଅମରବାଣୀରେ ବ୍ଯକ୍ତି ଲଭେ ଅମରତ୍ବ

ଜୀବନ ତାହାର ହୁଅଇ ଯେ ଧନ୍ୟ ହୁଏ ପୁଣି ମନୁଷ୍ଯତ୍ବ ।


ହେ ଈଶ୍ୱର!ତୁମେ ସକଳ ମାନବେ କରୁଥାଅ ଶୁଭାଶିଷ

ଅମୃତ ବିତରି ଅମରତ୍ବ କର ମଧୁମୟ ହେଉ ବିଶ୍ବ ।


Rate this content
Log in

Similar oriya poem from Inspirational