STORYMIRROR

G. Nandini Rao

Inspirational

3  

G. Nandini Rao

Inspirational

ଦୀପାବଳି

ଦୀପାବଳି

1 min
239

ଆଜି ପରା ଦୀପାବଳୀ

ଚାରି ପାଖେ ଦେବି ମୁଁ ଦୀପ ଜାଳି ।

ରଙ୍ଗୀନ ଲାଇଟ୍ ସାଜସଜାରେ 

ଚାରି ଦିଗ ଦିଶେ ସୁନ୍ଦର ।

ମୁରୁଜ ପକାଇ ଫୁଲକୁ ସଜାଇ 

କରିଦେବି ଘରକୁ ମୋର ମନ୍ଦିର।

ପୂର୍ବ ପୁରୁଷଙ୍କ ପାଇଁ କାଉଁରିଆ କାଠିରେ

ଘିଅ କନା ଦେଇ ଜାଳିବି ଅତି ଶ୍ରଦ୍ଧାର ସହ।

ଫଳ, ମିଠା ,ଧୂପ, ଦୀପ ଥୋଇ 

ସୁରରେ ଗାଇବି ବଡ ବଡୁଆ ହୋ 

ଅନ୍ଧାରରେ ଆସି ଆଲୁଅରେ ତୁମେ ଯାଅ। 

ଆଶୀର୍ବାଦ କରି ଯାଅ ସୁଖରେ କଟିବ ଆମ ଏହି ଜୀବନ।

ବଡ଼ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବୁ 

ଏହି ଦୀପ ଉଜ୍ଜ୍ୱଳିତ ପର୍ବର ସମାହାର।

ମାଆ ଲକ୍ଷ୍ମୀ ତୁମେ ଆସି ଭରିଦିଅ ଭଣ୍ଡାର 

ମାଆ କାଳୀ ତୁମେ ଆସି କର ରାକ୍ଷସଙ୍କୁ ନାଶ।

ମାଆ ଗୋ ଏତିକି ମାତ୍ର ମୋର ପ୍ରାର୍ଥନା

ଏହି ଆମ ଦୀପାବଳୀ ଉତ୍ସବ। 


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational