STORYMIRROR

G. Nandini Rao

Others

3  

G. Nandini Rao

Others

ପ୍ରିୟତମା

ପ୍ରିୟତମା

1 min
220

ମୁହଁଟି ତୁମର ପଦ୍ମର ପାଖୁଡ଼ା 

ଦେହଟି ତୁମର ଧଳା କଇଁ।

ନୟନେ ବୋଳି କଜଳ ଗାର 

ଓଠରେ ନାଲି ରଙ୍ଗର ଧାର।

ଗୋଲାପି ଶାଢୀର ଛିଟାରେ 

ଟୁକୁ ଟୁକୁ ପାଦେ ଚାଲି 

ଆସିବ ମୋ ପ୍ରିୟତମା।

ଆସି ତୁମେ କହିଦିଅ ଥରେ 

ମୋ ପାଇଁ ତୁମ ମନରେ ଅଛି ଭାବନା। 

ଅନେଇ ବସିଛି ମୁଁ ତୁମ ବାଟ ଚାହିଁ ।

ଆମେ ଚାଲିଯିବା ଆମ ସ୍ୱପ୍ନ ରାଇଜକୁ 

ସେଠାରେ ଥିବ କେବଳ ତୁମେ ଓ ମୁଁ ।

ହେ ମୋ ପ୍ରିୟତମା ବିଳମ୍ବ କର ନାହିଁ

ଗୁମନ ହୋଇ ବସିଛି ତୁମର ଏହି ପ୍ରିୟେ

ଆସି ଯାଅ ମୋ ପ୍ରିୟତମା। 


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍