ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ସେହି ବର୍ଷା ଭରା ରାତିରେ
ତୁମେ ଥିଲ ମୋ ପାଖରେ ।
ଅନ୍ଧାର ରାତିରେ ଦୀପଶିଖାଟିଏ
ଜଳୁଥିଲା ଦୁହିଁଙ୍କ ମନରେ ।
ଚକ୍ ଚକ୍ ବିଜୁଳି ଶବଦରେ
ପାଖକୁ ପାଖକୁ ଟାଣି ନେଉଥିଲା ବଦନ।
ସେହି ଅନ୍ଧକାରେ ଘଟିଥିଲା
ପ୍ରୀତିର ମିଳନ ।
ଦୁହିଁଙ୍କୁ ଯୋଡି ଦେଲା
ନୂତନ ଏକ ବନ୍ଧନରେ ।
ଯେତେବେଳେ ବର୍ଷାର ଧାରା
ଛୁଟିବାକୁ ଲାଗିଲା,
ଦୁହେଁ ପ୍ରୀତିର ମହକରୁ
ବାହାରିବାକୁ ଲାଗିଲେ।
ଦୁହେଁ ଅନୁଭବ କଲେ ଯେ
ଏ କ'ଣ କରିଦେଲୁ ବର୍ଷାର
ଧାରାରେ ନିଜକୁ ଭିଜେଇ ଦେଇ
କରିଦେଲୁ ଏତେ ବଡ଼ ପାପ।
ଏ ପାପର ପ୍ରାୟଶ୍ଚିତ କରିବାକୁ ହେଲେ
କରିବାକୁ ପଡ଼ିବ ତୁମକୁ ନିଜର
ଏହା ହିଁ ହେଉଛି ପାପର ପ୍ରାୟଶ୍ଚିତ।