ତୁମେ କ'ଣ ସେହି ଚାରୁହାସୀ
ତୁମେ କ'ଣ ସେହି ଚାରୁହାସୀ
ଯାହା ହାତ ଧରି ଜୀବନ ପଥଚାରୀ
ଅନନ୍ତ ପ୍ରତୀକ୍ଷାରେ ବସି
ବିଧାତା ର ଡୋରୀ ଫାନ୍ଦିଲେ ପ୍ରଭାରୀ
ଜନ୍ମ ଜନ୍ମାନ୍ତର କଷି
ତୁମେ 'କ'ଣ ସେହି ଚାରୁହାସୀ ।୧
ମାଟି ଟିଣ ଘର ସଜାଡି ତତ୍ପର
ସ୍ନେହ ଛାୟା ବିଞ୍ଚି ବସି
ବାପା ବୋଉଙ୍କର ସେବା ଉପଚାର
ସମ୍ଭାଳି ସଗର୍ବେ ମିଶି
ତୁମେ କ'ଣ ସେହି ଚାରୁହାସୀ ।୨
କର୍ମକ୍ଷେତ୍ରେ ଘରେ ଗୃହଲକ୍ଷ୍ମୀ ସୂରେ
ସୁବର୍ଣ୍ଣ ଚଟୁରେ ପେଷି
ବ୍ୟଞ୍ଜନ ଭୁଞ୍ଜନ ଭୋକର ଗୁଣନ
ଉଦର ବର୍ଦ୍ଧନ୍ତି ଖାଇ ହସି
ତୁମେ କ'ଣ ସେହି ଚାରୁହାସୀ ।୩
ଏକୋଇଶ ବସନ୍ତ ବିତିଲାଣି ଏମନ୍ତ
ଛାୟା କାୟା ନାସି ମସି
ସଭିଙ୍କ ଚରଣେ ମନ ମତି ସ୍କରଣେ
କୃପାକର କୈଳାସବାସୀ
ତୁମେ କ'ଣ ସେହି ଚାରୁହାସୀ ।୪
ଦିପାଂଶୁ ଆଗେ ଦୀପଶିଖା ପଛେ
ଅଗଣାରେ ଫୁଟେଇଛ କଷି
ଶୋକେ ଅବସାଦେ ପ୍ରବୋଧନା ଛନ୍ଦେ
ଜାୟା ମାୟା ମହିୟସୀ
ତୁମେ କଣ ସେହି ଠାରୁହାସୀ ।।୫

