STORYMIRROR

Panchanan Jena

Romance

4  

Panchanan Jena

Romance

ତୁମେ କ'ଣ ସେହି ଚାରୁହାସୀ

ତୁମେ କ'ଣ ସେହି ଚାରୁହାସୀ

1 min
323


ଯାହା ହାତ ଧରି   ଜୀବନ ପଥଚାରୀ

   ଅନନ୍ତ ପ୍ରତୀକ୍ଷାରେ ବସି

ବିଧାତା ର ଡୋରୀ  ଫାନ୍ଦିଲେ ପ୍ରଭାରୀ

    ଜନ୍ମ ଜନ୍ମାନ୍ତର କଷି 

ତୁମେ 'କ'ଣ ସେହି ଚାରୁହାସୀ ।୧


ମାଟି ଟିଣ ଘର    ସଜାଡି ତତ୍ପର

   ସ୍ନେହ ଛାୟା ବିଞ୍ଚି ବସି

ବାପା ବୋଉଙ୍କର  ସେବା ଉପଚାର

   ସମ୍ଭାଳି ସଗର୍ବେ ମିଶି 

ତୁମେ କ'ଣ ସେହି ଚାରୁହାସୀ ।୨


କର୍ମକ୍ଷେତ୍ରେ ଘରେ   ଗୃହଲକ୍ଷ୍ମୀ ସୂରେ

    ସୁବର୍ଣ୍ଣ ଚଟୁରେ ପେଷି

 ବ୍ୟଞ୍ଜନ ଭୁଞ୍ଜନ    ଭୋକର ଗୁଣନ

    ଉଦର ବର୍ଦ୍ଧନ୍ତି ଖାଇ ହସି

ତୁମେ କ'ଣ ସେହି ଚାରୁହାସୀ ।୩


ଏକୋଇଶ ବସନ୍ତ   ବିତିଲାଣି ଏମନ୍ତ

   ଛାୟା କାୟା ନାସି ମସି

ସଭିଙ୍କ ଚରଣେ   ମନ ମତି ସ୍କରଣେ

    କୃପାକର କୈଳାସବାସୀ

ତୁମେ କ'ଣ ସେହି ଚାରୁହାସୀ ।୪


ଦିପାଂଶୁ ଆଗେ   ଦୀପଶିଖା ପଛେ

   ଅଗଣାରେ ଫୁଟେଇଛ କଷି

ଶୋକେ ଅବସାଦେ ପ୍ରବୋଧନା ଛନ୍ଦେ

    ଜାୟା ମାୟା ମହିୟସୀ 

ତୁମେ କଣ ସେହି ଠାରୁହାସୀ ।।୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance