STORYMIRROR

Ram Prasad Bisoi

Romance Abstract Others

3  

Ram Prasad Bisoi

Romance Abstract Others

ରାଗରସ

ରାଗରସ

3 mins
13.6K


ରାଗରସ

ପୁଣି ଥରେ 

ତୁମେ କବିତା ବନିଗଲ

ପ୍ରଶ୍ନ ?

ତା ଭିତରେ ସମାହିତ

ଉତ୍ତର ବି ତୁମେ,

ତୁମେ ମୋ ଚଲାପଥ,

ତୁମ ବିନା ବଞ୍ଚି ଚାଲିବ 

ଦୁଷ୍କର------ --(୧)

ମତେ ଦେବାକୁ ପଡେ 

ନିତି ପରୀକ୍ଷା ତୁମ ବିନା ,

ମୋ ସବୁ ଅଭାବ ବି 

ତୁମେ ,

ପାଗଳପଣ ବି ତୁମେ ,

ତୁମେ ମୋ ଆକାଶ 

ଖୋଜୁଥିବା ମୁଠାଏ ମାଟି-- (୨)

ଚାହିଁ ରହିଥିବି 

ସ୍ଵର୍ଗରେ ବି ତୁମଲାଗି,

ଏ ଦେହ, ଏ ଆତ୍ମା ତୋ ମୋର 

କିନ୍ତୁ ଯେତକ ତୁମର ପାରିଛି ହୋଇ 

ସେତକ ନୁହେଁ ମୁଁ ମୋ ନିଜର 

ତୁମେ ଯାହା ଦେଇଛ 

କେବଳ ଅନୁଶୋଚନା,

ତଥାପି

ଯଦି ହୋଇ ଯାଏ ମିଳନ ବନିଯିବ,ସବୁକିଛି ମୋ ପାଇଁ 

ଶ୍ରେଷ୍ଠ ଉପହାର ----- (୩ )

ଜାଣେ , ତୁମକୁ କରି ସାଥୀ ଚାଲିଛି ଜୀବନର 

ପଥେପଥେ ,ହେଉ ପଛେ ସେ କଳ୍ପନାରେ 

କାରଣ ତା ବିନା ଜାଣିନି 

ଆଉ କିଛି ବଞ୍ଚି ଚାଲିବାର ବାହାନା ,

ମୋ ଭଲ ପାଇବା ହୋଇପାରେ

ମାପଦଣ୍ଡ ,ତୁମ ଲାଗି

ବେଖବର ମୁଁ କିନ୍ତୁ ଚାଲିବାରେ 

ପାଏ ତୁମ ରାସ୍ତାରେ ଢେର ଆନନ୍ଦ 

ବିଧି ନିର୍ଦ୍ଧାରିତ ,ଏକ ମୁହାଁ ରାସ୍ତା

ମୋ ଚଲାପଥ 

ଫେରିବାର ନାହିଁ ସାହସ,

ଅଧୁରା ହେଲେ ହେଉପଛେ

ତୁମ ବିନା ବଞ୍ଚି ଚାଲିବା "ରାଗରସ" ଭରା କବିତା-ମୋ ପ୍ରେମିକା

ଜୀବନ ଅସହ୍ୟ-------(୪)

@କାଶ୍ୟପ, ତା-୧୧-୦୯-୨୦୧୬ ,

ସମୟ ସକାଳ-୫ ,ରାୟଗଡ଼ ।


Rate this content
Log in

Similar oriya poem from Romance