STORYMIRROR

Arun Kumar Mohanty

Romance

3  

Arun Kumar Mohanty

Romance

ସ୍ୱପ୍ନର ପ୍ରଣୟ ପ୍ରୀତି(ସନେଟ୍)

ସ୍ୱପ୍ନର ପ୍ରଣୟ ପ୍ରୀତି(ସନେଟ୍)

1 min
261


ମନର ମାନସୀ ସ୍ୱପ୍ନର ପ୍ରେୟସୀ ଉଇଁଲେ ସରଗ ଶଶୀ

ଶୀତଳ ସଞ୍ଜରେ ଶୀତ ସମୀରରେ ମନେପଡ କାହିଁ ବେଶୀ

ଯାମିନୀ ବାର୍ଦ୍ଧକ୍ୟେ ମୃଦୁ ଆଲୋଡନେ ଦେଖିଲି ସପନ ଦିନେ

ସୌନ୍ଦର୍ଯ୍ୟ ମଣ୍ଡିନୀ ଭୁବନ କାମିନୀ ବିଜେ ମୋହର ସଦନେ


ଶିଶିର ବିଭବେ ପୀତ ପୁଷ୍ପ ଶୋଭେ ସୋରିଷ ସୁମନ କ୍ଷେତ

ନିବୀଚୁମ୍ବି ତାର ଖୋଲା କୃଷ୍ଣ ବେଣୀ ପ୍ରାଣ କରେ ବିମୋହିତ

ଆଶା ଅସୁମାରୀ ଭାବର ଲହରୀ ଜାଗେ ରୁଦ୍ଧ ଛାତି ତଳେ

ସ୍ମିତ ମନ୍ଦହାସେ ପୁଲକିତ ପ୍ରାଣ ନାଚେ ସ୍ପନ୍ଦନର ତାଳେ


ଉନ୍ମୁକ୍ତ ଯୌବନେ ଖେଳେ ଶିହରଣ ଦେଖି ତାର ବହୁ ପ୍ରଭା

ନିସ୍ତବ୍ଧ ନିଶିରେ ବଢିଚାଲେ ଧୀରେ କାମନାର ପ୍ରୀତି ଆଭା

ଜାଡରେ ଜଡାଇ ସୌମ୍ୟ ଅଙ୍ଗ ଥୋଇ ଦିଏ ଉଷ୍ମତାର ସ୍ପର୍ଶ

ଶୀତ ଶର୍ବରୀରେ ସୁଖ କଳ୍ପନାରେ ଫୁଟାଏ ପ୍ରଣୟ ପୁଷ୍ପ


ନୁହଇଁ ସେ ଖାଲି ଶୀତର ସୁରଭି ସ୍ୱପ୍ନର ପ୍ରଣୟ ପ୍ରୀତି

କୋଟି ପୁଣ୍ୟ ଫଳ ଅମୃତର ଝର ପ୍ରେମର ଅଲିଭା ବତୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance