STORYMIRROR

Arun Kumar Mohanty

Inspirational Others

4  

Arun Kumar Mohanty

Inspirational Others

ଗୁରୁମା

ଗୁରୁମା

1 min
231

ଶୁଷ୍କ ତୃଣ ସାଜି ହାରିଥିଲି ବାଜି

ଅଜ୍ଞାନ ଅନ୍ଧାର ତଳେ

ପ୍ରେରଣା ପୀୟୁଷ ପାନ କରି ତୋଷ

ଜ୍ଞାନର ପ୍ରଦୀପ ଜଳେ....!!


କଅଁଳିଲା ପୁଷ୍ପ ବଢିଲା ବିଶ୍ୱାସ

ହୃଦୟ ଉଦ୍ୟାନ ଗର୍ଭେ

ମାଳି ଟିଏ ସାଜି ହସାଇଲ ଆଜି

ପ୍ରଶଂସା କରନ୍ତି ସର୍ବେ....!!


ଚହଟାଇ ବାସ  ତବ ଚତୃପାଶ୍ଵ

ଆଦର ଲଭିଲି ଯେତେ

ସବୁ ତବ ଶ୍ରେୟ ମୋର ପରିଚୟ

ଆଶିଷ କରିବ ମୋତେ...!!


ଥିଲି ମୁଁ ଅନ୍ଧାରେ ମୁକ୍ତା ଶାମୁକାରେ

ଉଦ୍ଭବ କରିଲ ତୁମେ

ଉତ୍ସାହ ଖଡ୍ଗରେ ରୂପ ଦେଲ ବାରେ

ଆପଣା ନିଃସ୍ୱାର୍ଥ କର୍ମେ...!!


ସାନ ଭାଇ ପରି କେତେ ଗେହ୍ଲା କରି

ଭୁଲ୍ ସଂଶୋଧନ କର

ତୁମ ପରି ଅପା ସାଜି ମୋ ଗୁରୁମା

ହୃଦୟେ କରିଛ ଘର...!!


ସତ୍ୟ ପଥେ ରହି ସ୍ୱାବଲମ୍ବି ହୋଇ

ଦେଉଛ ସମାଜ ଶିକ୍ଷା

କେତେ ଯେ କାହାଣୀ କବିତାର ବାଣୀ

ସାହିତ୍ୟ ତୁମରି ଦୀକ୍ଷା...!!


କରୁଛି ବନ୍ଦନ ହେ ଚକାନୟନ

ରଖିବ ଘଣ୍ଟ ଘୋଡେଇ

ସବୁ ଇଚ୍ଛା ତାଙ୍କ ପୂରଣ କରିବ

ଦୁଃଖ ଦେବ ହେ ଦୂରେଇ....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational