ସାଥି
ସାଥି
କଳା ମେଘ ଦେଖି ମୟୂର ନାଚଇ
ଆନନ୍ଦରେ ଯାଏ ହଜି
ତୁମରି ସ୍ମୃତିରେ ଲୁହକୁ ଲୁଚାଏ
ବରଷାରେ ଯାଏ ଭିଜି !!
ମୁଖରେ ପିନ୍ଧିଛି ହସର ମୁଖଡା
ସଭିଙ୍କୁ ଆପଣା କରି
ଉପରେ ହସୁଛି ଅନ୍ତରୁ କାନ୍ଦୁଛି
ବିରହେ ଯାଉଛି ମରି !!
ଲହୁ ଲେଖନୀରେ ଲୁହର କବିତା
ଲେଖିଛି ତୁମରି ପାଇଁ
ସାରା ଦୁନିଆରେ କେହି ନ ବୁଝିଲେ ବି
ତୁମେତ ପାରିବ ବୁଝି !!
ତୁମରି ସ୍ମୃତିରେ କବିତାକୁ ଲେଖି
ବରଷାରେ ଗଲି ଭିଜି
ନିଜକୁ ନିଜଠୁ ଦୂରେଇ ଦେଇଛି
ପାଉନି ନିଜକୁ ଖୋଜି !!
