STORYMIRROR

Arun Kumar Mohanty

Tragedy Others

4  

Arun Kumar Mohanty

Tragedy Others

ସାଥି

ସାଥି

1 min
335

କଳା ମେଘ ଦେଖି   ମୟୂର ନାଚଇ

     ଆନନ୍ଦରେ ଯାଏ ହଜି

ତୁମରି ସ୍ମୃତିରେ    ଲୁହକୁ ଲୁଚାଏ

     ବରଷାରେ ଯାଏ ଭିଜି !!


ମୁଖରେ ପିନ୍ଧିଛି   ହସର ମୁଖଡା

    ସଭିଙ୍କୁ ଆପଣା କରି

ଉପରେ ହସୁଛି   ଅନ୍ତରୁ କାନ୍ଦୁଛି

    ବିରହେ ଯାଉଛି ମରି !!


ଲହୁ ଲେଖନୀରେ   ଲୁହର କବିତା

     ଲେଖିଛି ତୁମରି ପାଇଁ

ସାରା ଦୁନିଆରେ   କେହି ନ ବୁଝିଲେ ବି

      ତୁମେତ ପାରିବ ବୁଝି !!


ତୁମରି ସ୍ମୃତିରେ    କବିତାକୁ ଲେଖି

    ବରଷାରେ ଗଲି ଭିଜି

ନିଜକୁ ନିଜଠୁ     ଦୂରେଇ ଦେଇଛି

    ପାଉନି ନିଜକୁ ଖୋଜି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy