STORYMIRROR

Arun Kumar Mohanty

Inspirational

3  

Arun Kumar Mohanty

Inspirational

ପରିଚୟ

ପରିଚୟ

1 min
357


ସାହିତ୍ୟ ସାଗରେ ଶାମୁକା ଗର୍ଭରେ

ଲୁକାୟିତ ମୋ ତୁରୀୟ

ବିଦଗ୍ଧ ବିଦୁଷ ଉତ୍ସାହ ପୀୟୁଷ

ହେବ ମୋର ପରିଚୟ...!!


ସ୍ବଳ୍ପ ମୁଁ କାବିକ ବେଶି ମୁଁ ପାଠକ

ନୁହେଁ ଜ୍ଞାନୀ ବିଶାରଦ

ଯାହା ପାଇଁ ଆଜି ଲେଖୁଛି କବିତା

ସିଏ ମୋର ଅନ୍ତରଙ୍ଗ...!!


ନିଜ ଭାଇ ପରି ମୋର ହାତ ଧରି

ଶିଖାଇଲେ କେତେ କଥା

ଦେଲେ ଛନ୍ଦ ଜ୍ଞାନ ଯତିପାତ ମାନ

ଗରବେ ଉଠାଇ ମଥା...!!


ଥିଲି ଶୁଷ୍କ ତୃଣ ହେଲି ମହା ଦ୍ରୁମ

ଯାହାଙ୍କ ପରଶ ପାଇ

ତାଙ୍କ ଚରଣରେ ପ୍ରଣିପାତ କରେ

ସିଏ ମୋ ଶ୍ରୀନିବାସ ଭାଇ....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational