STORYMIRROR

Arun Kumar Mohanty

Comedy Romance Inspirational

4  

Arun Kumar Mohanty

Comedy Romance Inspirational

ପ୍ରେମିକା ବନାମ ଘରଣୀ

ପ୍ରେମିକା ବନାମ ଘରଣୀ

1 min
7

ପ୍ରେମିକା କହୁଛି  ଅତି ସରାଗରେ 

ନିଶ ଆଉ ତୁମେ ରଖନା 

ଘରଣୀ କହୁଛି  ନିଶ ବିନା ତୁମ

 ମୁହଁ ଜମା ଭଲ ଦିଶେନା  ।।


ପ୍ରେମିକା କହୁଛି   ମୋତେ ଛାଡ଼ି ତୁମେ 

କେଉଁଠି କୁ ଆଉ ଯାଅନା 

ଘରଣୀ କହୁଛି  ଭାରି ଅସୁବିଧା 

ଘରେ ଆଉ ବସି ରୁହନା ।।


ପ୍ରେମିକା କହୁଛି ଦେଖୁଥାଅ ମୋତେ 

ଅପଲକ ତୁମ ନୟନେ 

ଘରଣୀ କହୁଛି ଶୋଇପଡ଼ ଆସ 

ଉଠିବାକୁ ହେବ (କାଲି) ସକାଳେ ।।


Rate this content
Log in

Similar oriya poem from Comedy