STORYMIRROR

Arun Kumar Mohanty

Inspirational

3  

Arun Kumar Mohanty

Inspirational

ମୋ ଗାଆଁ

ମୋ ଗାଆଁ

1 min
370

ସବୁଠୁ ପ୍ରିୟ ଗାଁଆ ଟି ମୋର

ମଧୁଠୁ ମିଠା  ନାଁଟି ତାର

ତାହାରି କୋଳେ ଜନମ ଆମ

ରଖିବା ଆମେ ତାହାରି ମାନ.....!!


ସ୍ୱଚ୍ଛ  ପବନ ବହୁଛି ଏଠି

ବିଶୁଦ୍ଧ  ଜଳ  ମିଳଇ ଏଠି

ତାର ରକ୍ଷଣ କରିବା ଆମେ

ବୃକ୍ଷ ରୋପଣ କରିବା ସର୍ବେ.....!!


ବଣ ପାହାଡ଼ ଝରଣା ନଈ

ବୃକ୍ଷ ଦିଅଇ ଶୀତଳ ଛାଇ

ସବୁଜ କ୍ଷେତ କେଡେ ସୁନ୍ଦର

ଗାଉଛି ଗୀତ ନଦୀର ଧାର.....!!


ବଡ଼ଙ୍କୁ ଏଠି ମିଳେ ସମ୍ମାନ

ସଭିଏ ଏଠି ଆମ ନିଜର

ମିଶିକି କାମ କରିବା ଏଠି

ଏକତା ଅଟେ ଆମରି ଶକ୍ତି....!!


ହସୁଛି କ୍ଷେତେ ପାଚିଲା ଧାନ

ବଳଦ ଟାଣେ ଶଗଡ଼ ଯାନ

ଧାନ ପଖାଳେ ସାଧବ ବୋହୂ

ଆଃ କି ସୁନ୍ଦର କୋଇଲି କୁହୁ....!!


ସମୟ ସ୍ରୋତ ଯାଉଛି ବିତି

କ୍ଷୀଣ ହେଉଛି ଭାତୃତ୍ୱ ପ୍ରୀତି

ଗାଁଆ ଟି ପାଈଁ ଗର୍ବ ଆମର

ରଖିବା ମିଶି ତାହାରି ମାନ.....!!


ପଲ୍ଲୀ ସୁନ୍ଦର ଦେଶ ସୁନ୍ଦର

ବାରତା ବଳ ନନ୍ଦ କିଶୋର

ସବୁଠୁ ପ୍ରିୟ ଗାଆଁ ଟି ମୋର

ନାଆଁ ଟି  ତାର ଇଷାଣପୁର.....!! 


             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational