STORYMIRROR

Arun Kumar Mohanty

Romance

4  

Arun Kumar Mohanty

Romance

ଫୁଲେଇ ଝିଅ

ଫୁଲେଇ ଝିଅ

1 min
397


ମୁଁ ଈର୍ଷା କରେ ଦେଖିଦେଲେ ତାର ଗୋଲାପି ମୁହଁକୁ

ମୁଁ ଇର୍ଷା କରେ ଲାଲ୍ ରଙ୍ଗରେ ରଙ୍ଗାୟିତ ତା ଅଧରକୁ

ମୁଁ ଇର୍ଷା କରେ ତା ଅଙ୍ଗଭଙ୍ଗୀ ରାଜହଂସୀ ଚାଲି ଦେଖି

ରୁଣୁଝୁଣୁ ଶୁଭୁଥିବା  ତା ପାଦ ପାଉଁଜିକୁ ଦେଖି

ହଁ ମୁଁ ଈର୍ଷା କରେ ତାକୁ

ତା ରୂପ ରଙ୍ଗ ଗୁଣ ସ୍ଵଭାବ ସଭିକୁ

ଏସବୁ ଜାଣି ସୁଦ୍ଧା

ଈର୍ଷା ହେଉଛି

ଆଯୋଗ୍ୟତାର ପ୍ରତିବିମ୍ବ

ଅପ୍ରକାଷ୍ୟ ପ୍ରବୃର୍ତ୍ତି

ଏକ ମାନସିକ ଦୁର୍ବଳତା

ଏକ ବଳିଷ୍ଠ କାପୁରୁଷକତା

ଏକ ବିକୃତ ମାନସିକତା !!

କାରଣ ସେ ହେଉଛି ଫୁଲେଇ ଝିଅଟେ

ସମସ୍ତଙ୍କଠୁ ଟିକେ ନିଆରା ଟିକିଏ ଭିନ୍ନ

ମୋ ଆଖି ଆଇନା, ମୋ ମନ ମଇନା

ଟିକେ ଈର୍ଷା କରେ ମୁଁ ଦେଖିଦେଲେ ତା ମୁହଁ

ସିଏ ହେଉଛି ଗୋଟେ ଫୁଲେଇ ଝିଅ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance