STORYMIRROR

Arun Kumar Mohanty

Abstract

2  

Arun Kumar Mohanty

Abstract

ମାଆ ହାତ ରନ୍ଧା

ମାଆ ହାତ ରନ୍ଧା

1 min
266

ସବୁଠୁ ପ୍ରିୟ ଖାଇବା ମୋର

ମୋ ମାଆ ହାତ ରନ୍ଧା

ଘରକୁ ଗଲେ ଖୁଆଏ ମୋତେ

କରି ସେନେହ ଶ୍ରଦ୍ଧା


ସହରେ ଏଠି ଖାଇଲେ ଯେତେ

ପେଟ ପୁରୁନି ଜମା

ଖାଇ ବସିଲେ ଝୁରୁଛି ନିତି

ତୋତେଲୋ ମୁହିଁ ମାଆ


ଯାଇ ପାରୁନି ଘରକୁ ମୋର

ମୁହିଁ ଯେ ହତଭାଗା

ବୁଝି ପାରୁନି ମାଆର ଦୁଃଖ

ସାହା ତୁ ଏକା ଜଗା


କୋଳେ ବସାଇ ଜହ୍ନ ଦେଖାଇ

ଖୁଆଏ ପେଟ ଭରି

ମନ ହେଉଛି ଘରକୁ ଯାଇଁ

ଖାଆନ୍ତି କ୍ଷୀରି ପୁରି


ଛୋଟ ଶିଶୁଟେ ହେବାକୁ ଆଜି

ଇଚ୍ଛା ହେଉଛି ଭାରି

ମାଆ କୋଳରେ ଖୁସି ମନରେ

ଖାଆନ୍ତି ମନ ଭରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract