STORYMIRROR

Tapan kumar Sahu

Abstract Others

3  

Tapan kumar Sahu

Abstract Others

ଖୁସି

ଖୁସି

1 min
263

ଖୁସି ବୋଲି ସିଏ ଦୁଇଟି ଅକ୍ଷର

ଲାଗେ ଭାରି ମନ ଜିଣା

ସବୁରି ମୁହଁରେ ହସକୁ ଫୁଟେଇ

ନିଜେ ହୁଏ ବାଟବଣା ll 


ବେଦନାକୁ ଚାପି ହୃଦୟେ ତାହାର

ଖିଲି ଖିଲି ନିତି ହସେ

ସତେ ଅବା ଆଜି ଅମଡା ବାଟରେ

ଜହ୍ନ ଲୁଚି ଧୀରେ ଆସେ ll


 କାଦୁଅ ତୁଠରୁ କଇଁ ଫୁଲ ବ୍ୟଥା

 ଗୋପନ ପୀରତି ଗାଥା

 ମୁଣ୍ଡକୁ ନୁଆଇଁ ପିନ୍ଧି ମାଥାମଣି

 ମାନିଛି ସମାଜ ପ୍ରଥା ll


ଓଠକୁ ଥାହାର ତୁନି ରଖି ଆଜି

ଅକାନ୍ଦ ଲୁହରେ ଭିଜେ

ଲୁହ ତା ଝରିଲେ ଉତ୍ତରର ଝଡ଼

ତା ଶୂନ୍ୟ ହୃଦୟେ ଖୋଜେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract