ଖୁସି
ଖୁସି


ଖୁସି ବୋଲି ସିଏ ଦୁଇଟି ଅକ୍ଷର
ଲାଗେ ଭାରି ମନ ଜିଣା
ସବୁରି ମୁହଁରେ ହସକୁ ଫୁଟେଇ
ନିଜେ ହୁଏ ବାଟବଣା ll
ବେଦନାକୁ ଚାପି ହୃଦୟେ ତାହାର
ଖିଲି ଖିଲି ନିତି ହସେ
ସତେ ଅବା ଆଜି ଅମଡା ବାଟରେ
ଜହ୍ନ ଲୁଚି ଧୀରେ ଆସେ ll
କାଦୁଅ ତୁଠରୁ କଇଁ ଫୁଲ ବ୍ୟଥା
ଗୋପନ ପୀରତି ଗାଥା
ମୁଣ୍ଡକୁ ନୁଆଇଁ ପିନ୍ଧି ମାଥାମଣି
ମାନିଛି ସମାଜ ପ୍ରଥା ll
ଓଠକୁ ଥାହାର ତୁନି ରଖି ଆଜି
ଅକାନ୍ଦ ଲୁହରେ ଭିଜେ
ଲୁହ ତା ଝରିଲେ ଉତ୍ତରର ଝଡ଼
ତା ଶୂନ୍ୟ ହୃଦୟେ ଖୋଜେ ll