STORYMIRROR

Tapan kumar Sahu

Drama

3  

Tapan kumar Sahu

Drama

ସହରମୁଖି ସ୍ୱପ୍ନ

ସହରମୁଖି ସ୍ୱପ୍ନ

1 min
232


ମେଘ, ଆକାଶ, ଜମି

ଲିପିବଦ୍ଧ ଇତିହାସର କିୟଦଂଶ ଏବେ

ଶୂନଶାନ ଇଲାକାର

ପରିତ୍ୟକ୍ତ ଆକାଂକ୍ଷା ll

ଭିଟାମାଟି ଗୀତ ଓ ଜୀବନ

ଭୋଦୋ ମାସର ଖରା...

ବାଘ ନେଇ ବେଟେ ଚରା ll

ଶୁଣ ଶୁଣୁଛ ତ

ହାତ, ଗୋଡ଼ ଓ ଦେହର

ନୀରବ ସଂଗ୍ରାମ

ହଳ ହଳିଆ ସହରମୁଖା ll

ଆକାଶରେ ମେଘ..

ବର୍ଷି ଚାଲିଛି କେବେଠୁ, ଏବେ ନୁହେଁ

କିଏ ଦେଖେ ?

ତୁମେ ଦେଖିଛ...

ସତ୍ୟର ଅନୁସନ୍ଧାନ କରୁଥିବା

ଭୋକର ନାଟକକୁ

ଚାଲ ସବୁଠି ବ୍ୟବସ୍ଥା ଏବେ

ପେଟରେ ଓଦା କନାର

ଭୋଟ ସରିବା ପରେ ll

ଜମି ଜଙ୍ଗଳ, ହଳ ନଙ୍ଗଳ

ବର୍ଷା, କାଦୁଅ ଭିତରେ

ଦୁଇ ଗରସା ପଖାଳ

ଏବେ ସ୍ୱପ୍ନ ସହରମୁଖୀ ll



Rate this content
Log in

Similar oriya poem from Drama