ବାଇ ଚ଼ଢେଇର ବସା
ବାଇ ଚ଼ଢେଇର ବସା
ଅନେକ ଦିନରୁ ମୁଁ ଦେଖିଛି
ସେଇ ବାଇଚ଼ଢେଇକୁ
ଯିଏ ନିଜେ ଦିଏ ତା ପରିଚୟ
ତାଳ ଗଛରେ କି ଖଜୁରି ଗଛରେ ,
ନହେଲେ ସହର ବଜରର ଇଲେକ୍ଟ୍ରି ଖୁଣ୍ଟରେ
ଘାସ ,କୁଟା, କାଠିରେ ବାନ୍ଧି ବସା ।
ଭୁଲିଯାଇ ଶ୍ରାବଣର ଧାରା କୁ ଆଉ
କାଳ ବୈଶାଖୀ ର ତାଣ୍ଡବ କୁ ,
ଅବିରତ ଅହର୍ନିସ ସଂଗ୍ରାମ କରି ବୁଣି ଚାଲେ
ସଂପୂର୍ଣ ନିଡ ଟିଏ ସୃଷ୍ଟି କରିବା ଯାଏ
ମନ ତାର ଉଦବିଗ୍ନ ,କଲ୍ଲୋଳ ଭରା
ନୁଆ ପ୍ରଭାତରେ ଦେଖିବ ନିଶ୍ଚୟ ସେ ନୁଆ ଉଷା ।
ସେମିତି ସମୟର ଅବହାୱାରେ
ମଣିଷ ଗଢି ଚାଲେ ସପନ ରାଇଜରେ ଘର
ସ୍ୱପ୍ନ କୁ ଲେପନ କରି
ଅନୁଭୂତିର ଖଟା-ମିଠା ସୁଖକୁ ସିଞ୍ଚନ କରି
ଗଢେ କପୋଳ କଳ୍ପିତ ପରିବାର ଟିଏ
କେବେ ପୁଣି ଅଜାଣତରେ ସମ୍ପର୍କର ସୁଖ୍ମ ସୁତା ଖିଅଟି
ଅବିଶ୍ୱାସ ଆଉ ଭୁଲ ବୁଝାମଣା ରେ
ଅଡୁଆ ହୋଇ ଛିଣ୍ଡି ତଳେ ପଡିଯାଏ
କଟି ଯାଇଥିବା ଗୁଡିଟିଏ ପରି
ତ ଆଉ କେବେ
ତୃତୀୟ ପକ୍ଷର କରାଳ ବଳରେ
ନିମିଷକେ ଭାଜିଯାଏ ସାଇତିଥିବା
ମନର ସମସ୍ତ ଅଶୁମାରି ଆଶା
ସେତେବେଳେ ଲାଗେ ମୋତେ
ଏ ଜୀବନ ଗୋଟେ ବାଇଚଢେଇର ବସା ।