Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Tragedy Others

4.5  

Papu parida

Drama Tragedy Others

କହିବା ଲୋକ ତ କହିବେ

କହିବା ଲୋକ ତ କହିବେ

1 min
267


ଉଡିବା ଆଗରୁ କାଟିଦେବେ ଡେଣା

ସିଧା ରାସ୍ତାରେ ବି ହେବା ବାଟବଣା ।


ଚାଲିବା ରାସ୍ତାରେ ଖୋଳିଦେବେ ଗାତ

ଠିଆ ହୋଇଥିଲେ ମାରିଦେବେ ଲାତ ।


ଇର୍ଷାର ଠାକୁର ଇର୍ଷା ହିଁ ପ୍ରସାଦ

ସଫଳତା କାହାର କିପରି ସହିବେ

କହିବା ଲୋକ ତ କହିବେ।


ମିଳିବା ଆଗରୁ ନେବେ ସେ ଛଡେଇ

ସ୍ଥିର ଥିଲେ ତୁମେ ଦେବେ ସେ ଗଡେଇ।


ହସିବା ପୂର୍ବରୁ ଆଣିଦେବେ ଲୁହ

ଆରମ୍ଭ ପୂର୍ବରୁ ଆଉ ଟିକେ ରୁହ।


କୁଳୀ ର ପ୍ରକୃତି ଦ୍ୱେଷରେ ହିଁ ଭକ୍ତି

ହାଏ ହାଏ

ଚୁପ ସେ କିପରି ରହିବେ

କହିବା ଲୋକ ତ କହିବେ ।


ବସିବା ଆଗରୁ ଝିକିବେ ଆସନ

ପ୍ରେମ କଲେ ତୁମେ ଭାଙ୍ଗିଦେବେ ମନ।


ଜଳିବା ଆଗରୁ ଲିଭାଇବେ ନିଆଁ 

ସାହାର୍ଯ୍ୟ ମାଗିଲେ ମାରିଦେବେ ଡିଆଁ।


ଲୁପ୍ତ ଅଭିମାନ ସୁପ୍ତ ନଇ ଧାର

ହାଏ ସେ ଯେ

ସାଥିରେ କିପରି ବହିବେ

କହିବା ଲୋକ ତ କହିବେ।


ଜାଗିବା ଆଗରୁ ମାରିଦେବେ ଇଚ୍ଛା

ଉଚ୍ଚକୁ ବଢିଲେ ଦେଖେଇବେ ନିଚ୍ଚ।


ଶିଖିବା ଆଗରୁ ଚିରିଦେବେ ବହି

କୂପର ମଣ୍ଡୁକ ଦେବେ ସେ ସଜେଇ।


ଆଦିତ୍ୟ ଆସିବେ ପଶ୍ଚିମରେ ସିନା

ହାଏ ଇର୍ଷା 

ପୂଜା ସେ କି ଛାଡିବେ

କହିବା ଲୋକ ତ କହିବେ।


Rate this content
Log in

Similar oriya poem from Drama