STORYMIRROR

Papu parida

Drama Classics Inspirational

3  

Papu parida

Drama Classics Inspirational

ସଭିଏଁ କରିବା ରକ୍ତଦାନ

ସଭିଏଁ କରିବା ରକ୍ତଦାନ

1 min
213


ରକ୍ତଦାନ।।ରକ୍ତଦାନ।।ରକ୍ତଦାନ।।ରକ୍ତଦାନ


ଯଦି ପାରିବା ବଞ୍ଚାଇ କାହା ଜୀବନ

ସଭିଏଁ କରିବା ରକ୍ତଦାନ

ଏ ଯେ ମାନବିକତାର ଏକ ଆହ୍ୱାନ

ସଭିଏଁ କରିବା ରକ୍ତଦାନ ।


     କେବେ ଯେ ଭାଗ୍ୟର ବିଡ଼ମ୍ବନା

     ଅବା ଆକସ୍ମିକ ଦୁର୍ଘଟଣା।

     କେବେ ଜିନ ଗତ ରୋଗ ଆଗେ

     ହସ ଭୁଲେ ମୁହଁର ଠିକଣା।


     କେବେ କେଇ ବୁନ୍ଦା ରକ୍ତ ଲାଗି

     ଅସହାୟ ହୁଅଇ ଜୀବନ।

     ମାନବିକତାର ପ୍ରଶ୍ନବାଣେ

     ମାନବ ସାଜେ ଉତ୍ତରହୀନ।


ଚାଲ ରକତେ ବାନ୍ଧିବା ନୂଆଁ ବନ୍ଦନ

ସଭିଏଁ କରିବା ରକ୍ତଦାନ

ଏଇ ରକତ ଅଟଇ ବିକଳ୍ପହୀନ 

ସଭିଏଁ କରିବା ରକ୍ତଦାନ ।


     ଲହୁ ଅଭାବରେ ଝରେ ଲୁହ

     ଲୁହ ହାରି ପୁଣି ସାଜେ କୋହ

     ଟିକେ ସହଯୋଗ ଅଭାବରେ

     ଆତ୍ମା ଛାଡି ଯାଏ କେତେ ଦେହ।


    ଜଣେ ନୁହେଁ ପୁରା ପରିବାର

    ହୋଇଯାଏ ଧ୍ବଂସ ଛାରଖାର

    ମରଣର ଘନ ଅନ୍ଧାରରେ 

    କେତେ ସ୍ୱପ୍ନ ହୁଏ ଚୁରମାର।


ଆମେ ଦେବା ନାହିଁ ଭାଙ୍ଗି କାହା ସପନ

ସଭିଏଁ କରିବା ରକ୍ତଦାନ

ଜାଗି ଉଠୁ ଯୁବ ପ୍ରାଣେ ଏହି ଚିନ୍ତନ

ସଭିଏଁ କରିବା ରକ୍ତଦାନ।


    କେବେ ସାହସର ଅଭାବରେ 

    କେବେ ସଂଶୟର ପ୍ରଭାବରେ

    କେବେ ଜାଗି ଉଠେ ସ୍ୱୟଂ ସ୍ୱାର୍ଥ

    କେବେ ଦଲାଲଙ୍କ ସ୍ୱାଭାବରେ।


    ଚାରିଆଡେ ସୃଜେ ରକ୍ତଭାବ

    ଚାରିଆଡେ ମୃତ୍ୟୁ ଛାଡେ ରାବ

    ମଣିଷ ମଣିଷର ନ ହେଲେ

    କେଉଁ ଦିଅ କାହିଁ ଦେଖା ଦେବ।


ମନେ ଜାତ ସଙ୍କୋଚର କର ଦମନ

ସଭିଏଁ କରିବା ରକ୍ତଦାନ

ହେବ ରକ୍ତ ଅଭାବର ନିରାକରଣ

ସଭିଏଁ କରିବା ରକ୍ତଦାନ.୍୍।


ଯଦି ପାରିବା ବଞ୍ଚାଇ କାହା ଜୀବନ

ସଭିଏଁ କରିବା ରକ୍ତଦାନ

ଏ ଯେ ମାନବିକତାର ଏକ ଆହ୍ୱାନ

ସଭିଏଁ କରିବା ରକ୍ତଦାନ ।


ରକ୍ତଦାନ।।ରକ୍ତଦାନ।।ରକ୍ତଦାନ।।ରକ୍ତଦାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama