STORYMIRROR

Papu parida

Drama Classics Inspirational

3  

Papu parida

Drama Classics Inspirational

ବାଃ ରେ ଜୀବନ

ବାଃ ରେ ଜୀବନ

1 min
193

 ସଫଳତାର ଅନ୍ତହୀନ ଆକାଶ ଦେଖିଛି

ବିଫଳତାର ତଳ ବହୁତଳ ପାତାଳ ଦେଖିଛି

ଅବଶ ମନରେ ଅସ୍ତଗାମୀ ସଞ୍ଜ ବି ଦେଖିଛି

ନୂଆଁ ଆରମ୍ଭର ନୂଆଁ ସକାଳ ଦେଖିଛି

ସୁନ୍ଦର ସକ୍ଷମ ଚେହେରା ବି ଦେଖିଛି

କ୍ଷୁଧାତୁର ଚମଡା ଉପରୁ

ଠେଲି ଚାହୁଁଥିବା କଙ୍କାଳ ଦେଖିଛି

ସୁନା ଫସଲରେ ଉଛୁଳା କ୍ଷେତ ବି ଦେଖିଛି

ତୃଷ୍ଣାତୁର ମାଟି ଆଁ ସଙ୍ଗେ ଅକାଳ ଦେଖିଛି

ପୁଣ୍ୟର ଆଭାରେ ସ୍ନିଗ୍ଧ ସୁବେଶିତ ସୁଜନ ଦେଖିଛି

ପାପର କାଳୀମାକୁ ମୁଖାରେ ଘୋଡାଇ ହସୁଥିବା କେତେ ମୁଁ ଚଣ୍ଡାଳ ଦେଖିଛି ।


ବାଃ ରେ ଜୀବନ! କେତେ ରୂପ ତୋର ମୁଁ ନିଇତି ଦେଖୁଛି

ନିଇତି ଶିଖୁଛି 

ତଥାପି କିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama