Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Romance Tragedy

4  

Papu parida

Drama Romance Tragedy

ଏ ! ଜାଣିଛ

ଏ ! ଜାଣିଛ

1 min
272



ଏ ! ଜାଣିଛ ?

ଦୁନିଆରେ ଦୁଇ ପ୍ରକାରର ମଣିଷ ଅଛନ୍ତି,

କିଛି ତୁମ ପରି 

ଆଉ କିଛି 

ମୋ ପରି,


ଏ ! ଜାଣିଛ ?

ଦୁନିଆରେ ଦୁଇ ପ୍ରକାରର ଭଲ ପାଇବା ଅଛି,

କିଛି ତୁମେ ମୋତେ ଭଲ ପାଇବା ପରି

ଆଉ କିଛି

ମୁଁ ତୁମକୁ ଭଲ ପାଇଲା ପରି,


ଏ ! ଜାଣିଛ ?

ଦୁନିଆରେ ଦୁଇ ପ୍ରକାରର ସମ୍ପର୍କ ଅଛି,

କିଛି ତୁମ ଆଉ ମୋ ଭିତରେ ଥିବା ପରି

ଆଉ କିଛି

ମୋ ଆଉ ତୁମ ଭିତରେ ଥିବା ସମ୍ପର୍କ ପରି,


ଏ ! ଜାଣିଛ ?

ଦୁନିଆରେ ଦୁଇ ପ୍ରକାରର ହସ ଅଛି,

କିଛି ମୋ ଉପସ୍ଥିତି ଯୋଗୁଁ ତୁମ ମୁହଁରେ ଥିବା ହସ ପରି

ଆଉ କିଛି

ତୁମ ଉପସ୍ଥିତି ଯୋଗୁଁ ମୋ ମୁହଁରେ ଥିବା ହସ ପରି,


ଏ ! ଜାଣିଛ ?

ଦୁନିଆରେ ଦୁଇ ପ୍ରକାରର ବ୍ୟସ୍ତତା ଅଛି,

କିଛି ମୋ ପାଇଁ ତୁମ ଆଖିରେ ଥିବା ବ୍ୟସ୍ତତା ପରି

ଆଉ କିଛି

ତୁମ ପାଇଁ ମୋ ଆଖିରେ ଥିବା ବ୍ୟସ୍ତତା ପରି,


ଏ ! ଜାଣିଛ ?

ଦୁନିଆରେ ଦୁଇ ପ୍ରକାରର ପ୍ରତିଶ୍ରୁତି ଅଛି,

କିଛି ତୁମେ ମୋତେ ଦେଇଥିବା ପ୍ରତିଶ୍ରୁତି ପରି

ଆଉ କିଛି

ମୁଁ ତୁମକୁ ଦେଇଥିବା ପ୍ରତିଶ୍ରୁତି ପରି,


ଏ ! ଜାଣିଛ ?

ଦୁନିଆରେ ଦୁଇ ପ୍ରକାରର ତ୍ୟାଗ ଅଛି,

କିଛି ତୁମେ ମୋ ପାଇଁ କରିପାରିଲା ପରି

ଆଉ କିଛି 

ମୁଁ ତୁମ ପାଇଁ କରିପାରିଲା ପରି,


ଏ ! ଜାଣିଛ ?

ଦୁନିଆରେ ଦୁଇ ପ୍ରକାରର ପାଗଳାମି ଅଛି,

କିଛି ମୋ ପାଇଁ ତୁମ ମଧ୍ୟରେ ଦେଖାଗଲା ପରି

ଆଉ କିଛି 

ତୁମ ପାଇଁ ମୋ ମଧ୍ୟରେ ଦେଖାଗଲା ପରି,


ଏ ! ଜାଣିଛ ?

ଦୁନିଆରେ ଦୁଇ ପ୍ରକାରର ମଣିଷ ଅଛନ୍ତି,

କିଛି ତୁମ ପରି 

ଆଉ କିଛି 

ମୋ ପରି,


ବୁଝି ପାରିଲେ କି ?



Rate this content
Log in

Similar oriya poem from Drama