Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama Romance Classics

4.8  

ବି. ନିରୁପମା

Drama Romance Classics

ହେବ ପରାଣ ତୋଷ

ହେବ ପରାଣ ତୋଷ

1 min
488




କୃଷ୍ଣ କୃଷ୍ଣ ହୋଇ ଜୀବ ମୋର ଯିବ

ଜଣା ପଡ଼ିଲାଣି ଯାହା ଗୋ ,

ପ୍ରାଣ ରଖିବାକୁ ଚାହୁଁଅଛ ଯଦି

ଭେଟାଅ ପରାଣ ନାହା ଗୋ ।

ସଖି ,ମାନି ମୋ ଗୀର ;

ଚଳ ଯମୁନାକୁ ଆଣି ନୀର ଗୋ ।

ସଖି ମାନି ମୋ ଗୀର...


କର ଧରି ମୋର ଘେନି ଯାଅ ସଖି

ଅଙ୍ଗେ ନାହିଁ ଜମା ଦମ୍ଭ ଗୋ ,

ଯମୁନାରୁ ନୀର ଆଣିବା ଆଳରେ

ଧରିକରି ଯିବି କୁମ୍ଭ ଗୋ ।

ତହିଁ,ଥିବେ ସେ କୃଷ୍ଣ ;

ତାଙ୍କ ଦର୍ଶନେ ହେବି ପ୍ରସନ୍ନ ଗୋ ।

ତହିଁ ଥିବେ ସେ କୃଷ୍ଣ...


ବାହୁ ତୋଳି ସଖି-ଧାଇଁ ଯାଇ ପାଶେ

କରିବି ମୁଁ ଆଲିଙ୍ଗନ ଗୋ ,

ହୃଦୟରେ ତାଙ୍କ ମଥା ରଖି ମୋର

ଶୁଣିବିଟି ବଂଶୀସ୍ଵନ ଗୋ ।

ହେବ ,ପରାଣ ତୋଷ ;

ସେଇ ପରା ମୋ ଶରୀର-ଶ୍ଵାସ ଗୋ ।

ହେବ ପରାଣ ତୋଷ...



Rate this content
Log in

Similar oriya poem from Drama