Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

subrat kumar jena

Drama

4  

subrat kumar jena

Drama

ଧୂଳିଝଡ଼

ଧୂଳିଝଡ଼

1 min
434


ଧୂଳି ଝଡ଼ ସରିଗଲେ......

ପୁଣି ପବନ ଫେରିଆସିବ,

ତାରି ସେଇ ପୁରୁଣା ପ୍ରିୟ ବସାକୁ,

ତାରି ସେଇ ପ୍ରିୟ ମଣିଷ ସମାଜକୁ,

ତାରି ସେଇ ନିଜର ଜୀବଜନ୍ତୁଙ୍କ ଗହଣକୁ ।


ଆମେ ବି କାଁହକି ଡେରି କରିବା,

ପୁଣି ଲାଗିପଡିବା ଆମ କାମରେ,

ଧୂଳି ଜୁଡୁବୁଡୁ ଆମ ଘର ସଫେଇରେ,

ଇତସ୍ତତଃ ହୋଇପଡିଥିବା ଆସବାପତ୍ରକୁ,

ଅଧଃଭଙ୍ଗା ଘରକୁ ମରାମତିରେ ।


ସୁରୁଜ ପଛ କଥାକୁ ସବୁ ଭୁଲିଲାଣି,

ପୁଣି ଥରେ ଖେଳିଉଠିଛି ପୂର୍ବଭଳି,

ଦୁଃଖର ବାଦଲ କଣ ସବୁଦିନ ରହିବ ?

ଆଶାର ନୂଆ ଆଲୋକରେ ସମସ୍ତେ ଆଲୋକିତ,

ପ୍ରତିଟି ଦୁଃଖର ପରେ ପରେ ସୁଖ ଆସେ ।


ଧୂଳିରୁ ପରା ଆରମ୍ଭ ଆମ ଜୀବନ,

ଭାବିଲ ଥରେ ଆମ ପିଲାଦିନ କଥା,

ଧୂଳିରେ ଧୂଳିରେ କେତେ ଭାବ ନାଵ,

ଧୂଳିରେ ଭାତ ଧୂଳିରେ ଡାଲି ଧୂଳି ତରକାରୀ,

ଖଣ୍ଡିଆ ରେ ପୁଣି ଧୂଳି ମହୋଷଧି ।


ମାଟିର ସନ୍ତାନ ପରା ଆମେ,

ଏତିକିରେ ଡରି ଯିବା କାହିଁ,

ଲକ୍ଷ୍ୟ ନୁହଁ ଆମ ଏତେଯେ ଦୃବଳ,

ବିପଦ ଆଗରେ ଠିଆ ହେବା ଶକ୍ତ ହୋଇ ,

ପ୍ରତିଥର ଆମେ ଜିତିବା ଆମେ ହସିବା ନୂଆ ସଂସାର ଗଢିବା ।।


Rate this content
Log in

More oriya poem from subrat kumar jena

Similar oriya poem from Drama