STORYMIRROR

subrat kumar jena

Tragedy Classics

3  

subrat kumar jena

Tragedy Classics

କବିତା କିଆରିରେ ଈଶ୍ୱର

କବିତା କିଆରିରେ ଈଶ୍ୱର

1 min
348


ସେଦିନର ରାସ୍ତା ଗହଳ ଚହଳ ଥିଲା,

ଯିଏ ଯେମିତି ଯାଉଥିଲେ ନିଜ କର୍ମକୁ,

ପକ୍ଷୀମାନେ ଉଡୁଥିଲେ ଏ ଦିଗରୁ ସେଦିଗକୁ,

ଅଚାନକ ଈଶ୍ୱର ଆସିଲେ,

ଲେଖିଦେଲେ ଦି ଧାଡି ଗୀତ,

ସେ ଗୀତ ହୋଇଗଲା ଭିନ୍ନ ଭିନ୍ନ,

କେବେ ହେଲା ବିଲମୁଣ୍ଡରେ ଚଷା ପୁଅର ଗୀତ,

କେବେ ପୁଣି ଦେବତାଙ୍କ ଲାଗି ଦେଵଦାସୀର ସ୍ୱର,

କେବେ ପୁଣି ଝରି ପଡିଲା ମାର କଣ୍ଠରୁ,

ଧୋ ରେ ବାଇଆ ଧୋ ହୋଇ,

ସେଦିନ ଈଶ୍ୱର କିନ୍ତୁ ହୋଇଥିଲେ ଅସ୍ତବ୍ୟସ୍ତ,

ଭାବୁଥିଲେ ମନେ ମନେ,

ଏ କଣ ତାଙ୍କ ତିଆରି ପୃଥିବୀ,

ସେଦିନ ଅବଳା କାନ୍ଦିଥିଲା ଦୃବଳା ହୋଇ,

ଚାରିପାଖେ ଘେରିଥିଲେ କାମନାରେ ଜର୍ଜିରିତ କୁକୁରରୁପୀ ମଣିଷ

ମନ ଇଛା ଖେଳିଥିଲେ ନିଜ ଇଚ୍ଛାରେ,

ତ୍ରାହି ତ୍ରାହି ଡାକୁଥିଲା" ହଳେ ସ୍ତନ"

ପାସବିକ ଅତ୍ୟାଚାରରେ ରକ୍ତମୁଖା ହୋଇଥିଲା ସେଇ ଛୋଟିଆ ଛିଦ୍ରଟି,

ସତେ ଯେମିତି ବାତ୍ୟା ଆସି ଉଜାଡ଼ିଦେଲା ସୁନ୍ଦରବନର ସୋନ୍ଦର୍ଯ୍ୟକୁ,

ଈଶ୍ୱର ସେଦିନ କାନ୍ଦିଥିଲେ,

ହେଲେ ତାଙ୍କୁ କିଏ ଦେଖୁଛି ଆମ ତମ ଭଳି ସାଧାରଣ ଆଖିନେଇ,

ଈଶ୍ୱର ଭାବୁଥିଲେ ଲାଚାର ହୋଇ,

ଏ କେମିତି ଲେଖିଥିଲେ ସେ ଗୀତ କବିତା ରୂପରେ,

ଯୋଉଠି ମନ୍ଦିରରେ ନାହିଁ ଚୂଡ଼ା,

ଈଶ୍ୱର ଲୁଚୁଛନ୍ତି ଏଠି ସେଠି ସବୁଠି ଅନ୍ଧାରରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy