ନିଖୋଜ ସମ୍ପର୍କ ଆକାଶ
ନିଖୋଜ ସମ୍ପର୍କ ଆକାଶ
ଆକାଶ ଛାତିରେ ଲେଖିଯାଅ ସାଥି
ମିଳନର ଜୟ ଗୀତି
ସମୟ ଇସେରା ଦେଲାଣି ଏଥର
ପାହି ପାହି ଯାଏ ରାତି ।
ବାସ୍ନାୟିତ ଯେତେ ଶବଦ ଅଛନ୍ତି
ଶୁଭୁଅଛି କୋଳାହଳ
ପବନ ହଯାଏ ସୁଗନ୍ଧ ଠିକଣା
ଗଡି ଗଡି ଯାଏ ବେଳ ।
ମୁଠାଏ ମମତା ବଦଳ ରେ କିଛି
ସାଉଟୁଛି ଆଜି ସୃତି
ସେ ସୃତି ଆଂକୁଛି ଜୀବନର ଛବି
ଅନୁରାଗ ଅନୁଭୁତି ।
ନିଖୋଜ ସମ୍ପର୍କ ନହେଉ ଆମର
ସମୟର ତାଳେତାଳେ
ସାତ ରଙ୍ଗ ଭରି ସପନ ସହରେ
କବିତାର ତରଙ୍ଗରେ ।
ତନ୍ମୟ ହେଉ ଦେହ ମନ ପ୍ରାଣ
କବି କବିତାକୁ ଚୁଇଁ
ସରଗ ରାଇଜୁ ନୀଳ ପରି ସାଜି
କାନେ ଯାଉ କହି କହି ।
ଅଗାଧ ଏ ଭାବ ସମୁଦ୍ର ମଝିରେ
ସପନ ବୋଇତ ମୋର
ପୁଲକିତ ହେଉ ପ୍ରତି ପ୍ରାଣ ବିନ୍ଦୁ
ଢ଼ାଳି କବିତାର ନୀର ।
