STORYMIRROR

Pravatirani Mohanty

Inspirational

4  

Pravatirani Mohanty

Inspirational

ନାରୀ

ନାରୀ

1 min
13


ନାରୀଟିଏ ସେ ଜନମ କାଳରୁ

ମରଣ ପର୍ଯନ୍ତ ରହି

ବାଣ୍ଟିଯାଏ ଖାଲି ସ୍ନେହ ପ୍ରୀତି ବନ୍ଧୁ

ଆଉ କିଛି ଲୋଡ଼ା ନାହିଁ

ସଂଘର୍ଷମୟ ତା ଜୀବନର ପଥ 

ଦୁହିତା ସେ ଦୁଇ କୁଳ 

ହିତ ସାଧନରେ ରହେ ବ୍ରତୀ ହୋଇ

ପାଏ ନାହିଁ ଥଳ କୁଳ

ଗୋଟିଏ କୂଳରେ ଗୀତାହେଲେ ସିଏ

ଆର କୂଳେ ଭାଗବତ

ଜୀବନ ସାର୍ଥକ ଶଙ୍ଖା ସିନ୍ଦୁର ତା

ସ୍ୱାମୀ ପାଦେ ତୀର୍ଥ ବ୍ରତ

ଶାଶୁ ଶଶୁର ତା ଗୃହର ଦେବତା

ଯାଆ ତା ସାନ ଭଉଣୀ

ନଣନ୍ଦ ଦିଅର ପୁଅଝିଅ ପରି

ସେବା କରେ ମନ ଜାଣି

ଛୋଟିଆ ସଂସାର ପୁଅଝିଅ ଥିଲେ

ଆଉ ଝିଆରୀ ପୁତୁରା

ଭଣଜା ଭାଣେଜୀ ଆଉ ଯେତେଯିଏ

ବାଣ୍ଟେ ସ୍ନେହ ର ପସରା

ଶାଶୁଘର ସ୍ୱର୍ଗ ସ୍ୱାମିଟିଏ ସାଥି

ସାତ ଜନମ ର ପାଇଁ 

ବାପଘର ସୁଖ ଅଢେଇ ଦିନକୁ

ଭୁଲିକି ପାରିବ ସେହି

ଯୁଗେ ଯୁଗେ ନାରୀ ଅଭୟଦାୟିନୀ

ଜାଣିଛି ସାରା ଜଗତ

ନାରୀକ୍ଷମାମୟୀ ଦୟାର ସାଗର

ବିଶ୍ୱ କଲ୍ୟାଣୀ ସେ ମାତ 

ସଭିଙ୍କର ପେଟ ଚିହ୍ନି ଥାଏ ସେହି

ତାକୁ ନାଚିହ୍ନନ୍ତି କେହି

ନାରୀର ସୁରକ୍ଷା ସମାଜର ରକ୍ଷା 

ଏହି ବାର୍ତ୍ତା ଯିବା ଦେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational