Pravatirani Mohanty

Others

4  

Pravatirani Mohanty

Others

କାଳ ବୈଶାଖୀ

କାଳ ବୈଶାଖୀ

1 min
8



ଅଧିକ ଉତ୍ତପ୍ତ ହୋଇଲେ ଧରଣୀ

ହୁଅଇ କାଳ ବୈଶାଖୀ

କେଉଁ ଆଡୁ ମାଡି ଆସଇ ପବନ

ବୁଜି ହୋଇଯାଏ ଆଖି

କିଛି ସମୟ ର ପାଇଁ କି ପବନ

ଆସେ ଭୀମ ରୂପ ଧରି

ଅଣଚାଷ ବାଯୁ ବହଇ ସେ ବେଳେ

ଭୟେ କମ୍ପେ ବସୁନ୍ଧରି

ଗଛ ଲତା ସବୁ ଉପୁଡି ପଡନ୍ତି

ରାସ୍ତାପରେ ଯାଏ ଶୋଇ 

କେତେ ଘରଦ୍ୱାର ମାଟିରେ ମିଶନ୍ତି

ରକ୍ଷା ନ ପାଆନ୍ତି କେହି

ଇଲେକ୍ଟ୍ରି ଖୁଣ୍ଟି ଉପୁଡି ପଡଇ

ଧନ ଓ ଜୀବନ ହାନି

କ୍ଷୟ କ୍ଷତି ତାର ହିସାବ ନ ଥାଏ

କରିବାକୁ ଆକଳନି 

ଗଛ ପଡି ଖୁଣ୍ଟି ସବୁ ବଙ୍କା ହୁଏ

ତାର ସବୁ ଛିଣ୍ଡିଯାଏ

ଯାତାୟାତ ପାଇଁ ରାସ୍ତା ହୁଏ ବନ୍ଦ 

କିଛି ଉପାୟ ନ ଥାଏ

ଯେତେ ସଚେତନ ହୋଇଲେବି ଆମେ

ପ୍ରକୃତି କରାଳ ରୂପ

କିଏ ଅଟକାଇ ପାରିବ ତାହାକୁ

ଭୟଙ୍କର ତା ସ୍ୱରୂପ ।।


Rate this content
Log in