STORYMIRROR

Pravatirani Mohanty

Inspirational

4  

Pravatirani Mohanty

Inspirational

ପିୟୁଷ ଝରଅଳପ ଅଳପ ଖରା ପଡିଅଛିମେଘ ରହିଅଛି ଢାଙ୍କିସୂ

ପିୟୁଷ ଝରଅଳପ ଅଳପ ଖରା ପଡିଅଛିମେଘ ରହିଅଛି ଢାଙ୍କିସୂ

1 min
23


ଅଳପ ଅଳପ ଖରା ପଡିଅଛି

ମେଘ ରହିଅଛି ଢାଙ୍କି

ସୂର୍ଯ୍ୟ ବୁଡିବାକୁ ଅଳପ ସମୟ

ଥିଲା ଆଉ କିଛି ବାକି

ସୁନା ବୋହୂଟିଏ ପରି ଗାଁ ମୋର

ଦିଶୁଥିଲା କିଛି ଦୁରୁ

ଅତୀତର ସ୍ମୃତି ଉଙ୍କି ମାରୁଥିଲା

ଜୁହାର କଲି ମୁଁ ଦୁରୁ

ଏଇ ମାଟି ପାଣି ପବନ ରେ ଗଢ଼ା

ଏହି ମୋ ନଶ୍ୱର ଦେହ

ଖେଳିଛି ବୁଲିଛି ବଢିଛି ତା କୋଳେ 

ତା ପରି କେ ହେବ କହ

ପ୍ରିୟ ପରିଜନ ଆତ୍ମୀୟ ସ୍ୱଜନ

କାଳ କୋଳେ ଗଲେ ଶୋଇ

ଅତୀତ ପୃଷ୍ଠା ରେ ସାଇତା କାହାଣୀ

ମିଛ ନୁହେଁ ସତ ଏହି

ବଦଳି ଯାଇଛି ଗାଁ ପରିବେଶ

ଚିହ୍ନା ଓ ଅଚିହ୍ନା ମୁଁହ

ଯେତେ ଦୂରେ ଥିଲେ ଗାଁ ମନେପଡେ

ବହି ଯାଉ ଥାଏ ଲୁହ

ଘରର ଦୁଆର ବନ୍ଧ ଡେଇଁ ଯେବେ

ହେଲି ଗାଁ ସୀମା ପାରି 

ସ୍ମୃତି ବିସ୍ମୃତିର ପରଦା ପଛରେ 

ଡାକେ ମୋତେ ହାତଠାରି

ନ ଥାଉ ତା ନାଆଁ ପୋଥି ପତରରେ

ଅତି ପ୍ରିୟ ସେହି ମୋର

ଜନମ ମରଣ ତାହାରି କୋଳରେ

ହୃଦୟେ ପିୟୁଷ ଝର ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational