ପିୟୁଷ ଝରଅଳପ ଅଳପ ଖରା ପଡିଅଛିମେଘ ରହିଅଛି ଢାଙ୍କିସୂ
ପିୟୁଷ ଝରଅଳପ ଅଳପ ଖରା ପଡିଅଛିମେଘ ରହିଅଛି ଢାଙ୍କିସୂ
ଅଳପ ଅଳପ ଖରା ପଡିଅଛି
ମେଘ ରହିଅଛି ଢାଙ୍କି
ସୂର୍ଯ୍ୟ ବୁଡିବାକୁ ଅଳପ ସମୟ
ଥିଲା ଆଉ କିଛି ବାକି
ସୁନା ବୋହୂଟିଏ ପରି ଗାଁ ମୋର
ଦିଶୁଥିଲା କିଛି ଦୁରୁ
ଅତୀତର ସ୍ମୃତି ଉଙ୍କି ମାରୁଥିଲା
ଜୁହାର କଲି ମୁଁ ଦୁରୁ
ଏଇ ମାଟି ପାଣି ପବନ ରେ ଗଢ଼ା
ଏହି ମୋ ନଶ୍ୱର ଦେହ
ଖେଳିଛି ବୁଲିଛି ବଢିଛି ତା କୋଳେ
ତା ପରି କେ ହେବ କହ
ପ୍ରିୟ ପରିଜନ ଆତ୍ମୀୟ ସ୍ୱଜନ
କାଳ କୋଳେ ଗଲେ ଶୋଇ
ଅତୀତ ପୃଷ୍ଠା ରେ ସାଇତା କାହାଣୀ
ମିଛ ନୁହେଁ ସତ ଏହି
ବଦଳି ଯାଇଛି ଗାଁ ପରିବେଶ
ଚିହ୍ନା ଓ ଅଚିହ୍ନା ମୁଁହ
ଯେତେ ଦୂରେ ଥିଲେ ଗାଁ ମନେପଡେ
ବହି ଯାଉ ଥାଏ ଲୁହ
ଘରର ଦୁଆର ବନ୍ଧ ଡେଇଁ ଯେବେ
ହେଲି ଗାଁ ସୀମା ପାରି
ସ୍ମୃତି ବିସ୍ମୃତିର ପରଦା ପଛରେ
ଡାକେ ମୋତେ ହାତଠାରି
ନ ଥାଉ ତା ନାଆଁ ପୋଥି ପତରରେ
ଅତି ପ୍ରିୟ ସେହି ମୋର
ଜନମ ମରଣ ତାହାରି କୋଳରେ
ହୃଦୟେ ପିୟୁଷ ଝର ।
