STORYMIRROR

Pravatirani Mohanty

Inspirational

4  

Pravatirani Mohanty

Inspirational

ଅନ୍ତର ବେଦିରେ

ଅନ୍ତର ବେଦିରେ

1 min
22


ଅନ୍ତର ବେଦିରେ ବସିଛ ଠାକୁରେ

କବିତାର ରୂପ ନେଇ

ଏତେ ବଡ ଏଇ ଦୁନିଆରେ ପ୍ରଭୁ

ତୁମ ବିନା ସାହା ନାହିଁ

ଦିନ ପରେ ଦିନ ଗଡି ଯାଉଥିଲା

ତୁମରି ଦର୍ଶନେ ଆଶା

କରି ଯାଇଥିଲି ଶ୍ରୀରୀମନ୍ଦିରକୁ

 ମନରେ ରଖି ଭରସା

ଡହ ଡହ ଖରା ବଡଦାଣ୍ଡଟାରେ

କଣ୍ଠ ଯାଉଥିଲା ଶୁଖି

ଯୁଆଡେ ଚାହିଁଲି ସିଆଡେ ଦିଶିଲା 

ତୁମର ସେ ଚକା ଆଖି

ପତିତପାବନ ବାନା ଟିକୁ ଦେଖି 

ଦୁଃଖ ମୋର ଭୁଲି ଗଲି 

ସିଂହ ଦୁଆରରେ ଭିଡ ଭିତରେ ମୁଁ 

ନିଜକୁ ହଜାଇ ଦେଲି

ପତିତପାବନ ଦର୍ଶନ କରିଲି

ବାଇଶି ପାହାଚ ଛୁଇଁ

ସିଂହ ଦୁଆରରେ ବେତ ମାଡ ଖାଇ

ଭିତରେ ପଶିଲି ଯାଇ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

କହି କହି ହାତ ଟେକି

ଦର୍ଶନ ପାଇଁକି ଗରୁଡ଼ ସ୍ତମ୍ବରୁ

କିଛି ହାତ ଥିଲା ବାକି

ଠେଲାପେଲାରେ ମୋ ହଂସା ଉଡ଼ିଗଲା

ଦିଶିଲା ସବୁ ଅନ୍ଧାର

ଦର୍ଶନ କରିବା ରହିଲା ଅଧୁରା

ଆସିଲି ହୋଇ ବାହାର

କପଟିଆ ପ୍ରଭୁ କପଟ କରିଲେ

ଲଗାଇକି ତାଙ୍କ ଡୋରି

ବସି ପଡିଲି ମୁଁ ଥକାମରା ହୋଇ

ମନ ମୋର ଗଲା ମରି 

କେତେ କଷ୍ଟକରି ଆସିଥିଲି ପ୍ରଭୁ

ତୁମରି ଦର୍ଶନ ପାଇଁ

ମୁଁ ଦେଖିନି ସିନା ତୁମେତ ଦେଖିଛ 

ମନକୁ ଦେଲି ବୁଝାଇ

ଦେଲେ ଦେବ ଦିଅ ନ ଦେଲେ ନ ଦିଅ 

ବସିଛି ପଣତ ପାରି 

ଥରେ କହିଦିଅ ମୁଁହ ଖୋଲି ମୋତେ

ଆସିବି ସେଇଠୁ ଫେରି

ଦୁଃଖ କରିବିନି କପାଳ ଲେଖା ମୋ 

ଯେମିତି ରଖିଛ ମୋତେ

ସେମିତି ରହିଛିବାହୁଛାୟା ତଳେ 

ମୁଣ୍ଡିଆ ବଡ଼ ସାଆନ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational