ଦିନଟିଏ ପାଇଁ ସ୍ବର୍ଗଦ୍ବାର ଜୁଇ ଲିଭିଯାଉ
ଦିନଟିଏ ପାଇଁ ସ୍ବର୍ଗଦ୍ବାର ଜୁଇ ଲିଭିଯାଉ
ଦିନଟିଏ ପାଇଁ ସ୍ବର୍ଗଦ୍ବାର ଜୁଇ
ଲିଭିଯାଉ ଆହେ ଜଗତନାଥ
କୋଟିଏ ଆଖିର ଲୋତକର ଧାର
ରହିଯାଉ ସେହି କୋଟରଗତ ।
ମଣିଷ ସଂସାରେ ଦି'ଦିନ କୁଣିଆ
ତଥାପି ସେ ହୋଇ ମାୟାମୋହିତ
ତୋଳି ଖୁସିଘର ରହିଥାଏ ସେଠି
ନିତି ଗାଇଗାଇ ସମ୍ପର୍କ-ଗୀତ ।
ପ୍ରାଣ ଗଲେ ସିନା ପାର୍ଥିବ ଦେହକୁ
ସ୍ବର୍ଗଦ୍ବାର କେହି ବୋହି ଆଣଇ
ଲେଲିହାନ ଶିଖା ଜୁଇ ପରେ ଦେଖି
ଆତ୍ମୀୟ ମନ କି ଜଳୁନଥାଇ ?
ମୁଣ୍ଡ କୋଡ଼ି ହୋଇ ଗୁହାରି କରଇ
କି କଲ କି କଲ ହେ ଦାରୁ ଦିଅଁ
କେଉଁ ଦୋଷ ପାଇଁ ନେଲ ହେ ଛଡ଼ାଇ
ମୋ ପ୍ରିୟ ମଣିଷ ମୋ ପାଖୁ କୁହ ?
ଶୁଣି ଶୁଣି ନିତି କେତେ ପ୍ରଶ୍ନବାଣ
ତୁମ ହୃଦୟ କି ନୁହେଁ କରତି
ଦିନଟେ ହେଲେ ବି ଉଭୟ ହରଷେ
ଲାଭ କରିବ ତ ଟିକିଏ ଶାନ୍ତି !
