Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

paramananda tripathy

Inspirational

4  

paramananda tripathy

Inspirational

ମନା ମାନି ବୋଲ କର

ମନା ମାନି ବୋଲ କର

1 min
6



ମନୁଆରେ --------

ମନାମାନି ବୋଲ କର

ଏ ଭବ ସାଗର ମିଛ ଖେଳଘର

କେହି ନୁହେଁ ଆପଣାର

ତୁଣ୍ଡେ ହରି ନାମ ଧର

ମନୁଆରେ,ମନାମାନି ବୋଲକର।୦।

ପୁତ୍ର,ପତ୍ନୀ,କନ୍ଯା ଆନେ ସୁଖେ ସାଥି

     ଦୁଃଖେ ସାଥି କେହି ନାହିଁ

ମାୟା ମୋହେ ପଡି ଏକା ସଢୁ ତୁହି

      ଖୁସି ମନାଇବା ପାଇଁ

      ଦୁର୍ଲ୍ଲଭ ଜନମ ଗୋଟି

ହଜିଲେ ଏ ଦେହ ପାଇବୁନି ଆଉ

    ନର୍କେ ହେଉଥିବୁ ଘାଣ୍ଟି

    ମନୁଆରେ ----------।୧।

ଦିନୁ ଦିନୁ ଊଣା ହେଉଛି ଆୟୁଷ

      ବୟସ ଯାଉଛି ସରି

ଚିତ୍ର ପ୍ରତିମା ତୋ ସୁନ୍ଦର ରୂପରେ

      ହୁନ୍ଦର ଯାଉଛି ଭରି 

     ହେଳା କଲେ ବୁଡେ ଭେଳା

ଅଣାୟତ୍ତେ ଅଣନିଃଶ୍ବାସୀ ହୋଇବୁ

    ସରିବଟି ଲୀଳାଖେଳା 

    ମନୁଆରେ--------।୨।

ଗଜା ବୟସରେ ଅହେତୁକୀ ଧନ

      ବିଅର୍ଥେ କରିଲୁ ଠୁଳ

ଏ ଘଟ ଛୁଟିଲେ ସବୁ ଥେଣ୍ଟ ପାଇଁ

      ମୁଣ୍ଡେ ଦେବେ ବେଣାମୂଳ

      ମୁଖେ ଦେବେ ନିଆଁ ଜାଳି

ଦ୍ବାଦଶ ଦିବସ ସବନ୍ଧୁ କୁଟୁମ୍ବେ

     ଦୁଃଖେ ଛାଡଖାଇ ପାଳି 

     ମନୁଆରେ--------।୩।

ଏ ମର୍ତ୍ତ୍ୟ ମଣ୍ଡଳେ ଅମର କେ' ଅଛି

     ଦେବତା ହେଲେ ମରଇ

ପୁରିଗଲେ କାଳ ବାନ୍ଧି ନେବ ଯମ

    ବାଳ ବୃଦ୍ଧ ନ ଜାଣଇ

     ରାଜା ପ୍ରଜା ଯେ ସମାନ

ଶମନପୁରୀରୁ ଶମନ ପତର

    ଦେଖି ହେବୁଟି ଉଚ୍ଛନ୍ନ

    ମନୁଆରେ--------।୪।

ଆସିଥିଲୁ ଏକା ଯିବା ବେଳେ ଏକା

     କେ' ନ ଯିବେ ବନ୍ଧୁ ସଖା

ଶୂନ୍ୟ ହସ୍ତେ ଆସି ଶୂନ୍ୟ ହସ୍ତେ ଯିବୁ

    ଧର୍ମ ଯାଏ ସାଥେ ଏକା

    ବିଷୟା ବିଷେ ତୁ ରସୁ

ତୋ ଦେହ ତୋହର ନୁହେଁ ବିଶ୍ବାସର

     ବୃଥାରେ ତାକୁ ଭରସୁ

     ମନୁଆରେ--------।୫।

ମଲା ଗଲା ବୋଲି ହାଟ ବସାଇବେ

      କଲା କର୍ମ ଗୋଟି ପାଇଁ 

ପାପ ପୁଣ୍ୟ ଭାଗ କରୁ ଥିବେ ବସି

      ମଲା ବାର ତିଥି ନେଇ 

      ଛ' ଖଣ୍ଡି କାଠେ କୋକେଇ

ମଶାଣି ଭୁଇଁକୁ କାନ୍ଧେ ବୋହିନେବେ

     ଶେଷେ ହରି ନାମ ଗାଇ

  ମନୁଆରେ, ମନାମାନି ବୋଲକର

ଏ ଭବ ସାଗର ମିଛ ଖେଳଘର

        କେହି ନୁହେଁ ଆପଣାର

        ତୁଣ୍ଡେ ହରି ନାମ ଧର

ମନୁଆରେ,ମନାମାନି ବୋଲକର।୬।


Rate this content
Log in

Similar oriya poem from Inspirational