STORYMIRROR

Pranati Jena

Inspirational

4  

Pranati Jena

Inspirational

ପଣତେ ଗୁହାରି

ପଣତେ ଗୁହାରି

1 min
220


    

ସ୍ୱାମୀ ମୋର ପତି ପରମ ଦେବତା

   ପ୍ରଭୁଙ୍କ ଅଶେଷ କୃପା,

ହେ ପରମେଶ୍ୱର ଆଉ ଟିକେ ଦୟା

   ପଣତରେ ଶେଷ ଭିକ୍ଷା...


ଜୀବନର ଅନ୍ତେ ତୁମ ଦିଆ ଦାନ

    ଶୋଭୁଥିବ ଏ ଶରୀର,

ଅୟୀସୁଲକ୍ଷଣୀ ଡେଙ୍ଗୁରା ବାଦନ

    ଶୁଭ ଶଙ୍ଖା ଓ ସିନ୍ଦୁର...


ମୋ ପତି କାନ୍ଧରେ ଶେଷେ ସଵାରୀରେ

    ଶୁଭ ଶଙ୍ଖ ହୁଳହୁଳି,

ମୋ ଗାଆଁ ଦାଣ୍ଡରେ ଅହ୍ୟରାଣୀ ସୁରେ

    ପଡୁଥିବ ଯେ ଉଛୁଳି....


ପାଦରେ ଅଳିତା, ମଥାରେ ସିନ୍ଦୁର

   ହାତେ ଥିବ ଶଙ୍ଖା ମୋର,

ନାଲି ଶାଢ଼ୀ ପନ୍ଧି ଶେଷ ସଵାରୀର

    ଦେହ ଯିବ ସ୍ୱର୍ଗଦ୍ୱାର .....


ସମର୍ପି ଦେଇଛି ଏଇ ଦେହ ପ୍ରାଣ

   ଶେଷରେ ଏତିକି ଅଳି,

ମାଗି ନାହିଁ କେବେ ହୁଏ ନାହିଁ ମନ

  ଥିଲେ ଯେତେ ମୋ ଅର୍ଦଳି.....


ଯାହା ଦେଲ ତାହା ଭୁଞ୍ଜିଛି ଜୀବନେ

  ନାହିଁ ମାନ, ଅଭିମାନ,

ଆଖି ଲୁହ ସବୁ ଚାପି ଦିଏ ହୃଦେ

  ବ୍ୟଥା କି ତୁମ ପରାଣ.....


ଅନୁଭବ, ଅନୁଭୂତି ସ୍ମୃତି ନେଇ 

  ଭବ୍ୟ ଭାବ ହେଶ୍ରୀ ହରି,

ଖୋଲି ଦେଲି ଆଜି ହୃଦର ଗୁହାରି

   ଏତିକି କାମନା କରି....


ତୁମେ ମୋ ବିଶ୍ୱାସ ତୁମେ ମୋ ନିଶ୍ୱାସ

   ଭାବର ଭବ୍ୟ ବନ୍ଧନ,

ମୋ ଆଖିର ଲୁହ ଅସହ୍ୟ ଅଶେଷ

   ଅନୁନୟ ମୋର ଘେନ.....


ଯୁଗେ, ଯୁଗେ ନାରୀ ସୁଗୁଣ ଆଚରି

   ସତୀ, ପତି ଭକ୍ତି ମୟୀ,

ଯମ ରାଜ ଗଲେ ବରଦାନ ଭରି

   ଶକ୍ତିକୀର୍ତ୍ତି ଜ୍ୟୋତିର୍ମୟୀ.....


ଆଉ ଟିକେ ଦୟା କରିବ ଠାକୁରେ

   ମୋର ଅନ୍ତେ ତାଙ୍କୁ ସାହା,

ଆତ୍ମା ମୋର ଶାନ୍ତି ହୋଇବ ସେଠାରେ

    ସୁଖେ, ଦୁଃଖେ ତୁମ ଛାୟା....


ସମର୍ପି ଦେଇଛି କୋଳ ରେ ସନ୍ତାନ

   ତୁମ କର୍ମ ଭାବେ ମୁହିଁ,

ଏ ସଂସାରୁ ଯେବେ ସମୟ ମୋ ପୂର୍ଣ୍ଣ

    ସାଥିରେ ଥିବ ମୋ ରହି...,.


ହେ ପ୍ରାଣମୟ ମୋ ଜୀବନର ଲୟ

   ଲୀନ ହେଉ ପଦ୍ମ ପାଦେ,

ହେ ଶୃଙ୍ଗାର ପ୍ରିୟ ଅଭୟ, ଆଶ୍ରୟ

  ଶେଷେ କଣ୍ଠରେ ଶ୍ରୀ ରାଧେ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational