STORYMIRROR

paramananda tripathy

Classics

4  

paramananda tripathy

Classics

ଅପେକ୍ଷା ଉପେକ୍ଷା ହେଲେ

ଅପେକ୍ଷା ଉପେକ୍ଷା ହେଲେ

1 min
11


ନୂଆ ଦୁନିଆର ନୂତନ ଆଲୋକ   

    ଦେଖିବା ପାଇଁ ବ୍ୟାକୁଳେ

ଦଶମାସ ଦଶଦିନ ଅପେକ୍ଷିଲୁ

       ଅନ୍ଧାରି ମାତୃ ଗର୍ଭରେ

      ଭୂମିଷ୍ଠ ହୋଇଲୁ ଶେଷେ

ମାଟି ମାଆ 'ପରେ ଥିରି ଥିରି ପାଦ

       ଥାପିଲୁ ଦୁଇ ବରଷେ ।।

ପାଞ୍ଚ ବର୍ଷ ଯାଏ ପିତୃ ମାତୃ ସ୍ନେହେ

       ତା'ପରେ ଖଡି ଛୁଇଁଲୁ

ନାଗରିକ ଭାବେ ମତଦାନ ପାଇଁ

          ଅଠର ବର୍ଷ ଜଗିଲୁ

       ବୃତ୍ତି ପାଇଁ ଯେ ତେଇଶି

ଅପେକ୍ଷା କରିଲୁ ସଂସାରେ ସଂସାରୀ

       ହେବାକୁ ବର୍ଷ ପଚିଶି ।।

ଏମିତି ଅନେକ ପାଇବା ଲକ୍ଷ୍ୟରେ

        ଅପେକ୍ଷା କରିଛୁ କେତେ

ସମୟ ଦୂରତା ହ୍ରାସ କରିବାକୁ

        ଗାଡିଟେ ଧରିଲୁ ହାତେ

       ଅପେକ୍ଷା ଉପେକ୍ଷା କରି

ଜୀବନର ମୂଲ୍ୟ ବୁଝି ନ ପାରିଲୁ

       ଦୁର୍ଘଟଣା ଦେଲି ସାରି ।।

ମରିଗଲା ଯିଏ କଷ୍ଟରୁ ମୁକତି

        କ୍ଷତ ବିକ୍ଷତ ଯେ ହେଲା

ଚିକିତ୍ସାଳୟରେ ଆରୋଗ୍ୟ ନିମନ୍ତେ

      କେତେ ଯେ ସଂଘର୍ଷ କଲା

         ବର୍ଷ ମାସ ଦିନ ଦଣ୍ଡ

ପାଣି ସ୍ରୋତ ପରି ଗଡି ଚାଲିଥାଏ

        ଯନ୍ତ୍ରଣା କି ଯମ ଦଣ୍ଡ ।।

ତିରିଶି ବରଷ ଅପେକ୍ଷା କରିଲୁ

          ତିରିଶି ମୁହୂର୍ତ୍ତ ପାଇଁ

ପାଳି ପୋଷି ଯିଏ ମଣିଷ କରିଲେ

         ଥରେ ଚିନ୍ତା କଲୁ ନାହିଁ

        ତାଙ୍କ ଦୁଃଖ ତାଙ୍କ କଥା

ଚିନ୍ତା ଖାଏ ଗଣ୍ଡି ଲୁଣ ଖାଏ ହାଣ୍ଡି

   ଏ କି ତୋ ଶିକ୍ଷା ଯୋଗ୍ୟତା ।।

ସଡକ ସୁରକ୍ଷା ଜୀବନର ରକ୍ଷା

         ନାରାବାଜି ନ ଶୁଣିଲୁ

ଜୀବନ କୁସୁମ ଫୁଟିବା ପୂର୍ବରୁ

          ଅକାଳେ ମଉଳି ଗଲୁ

       ପୁତ୍ର,କନ୍ଯା, ପତ୍ନୀ ବ୍ୟଥା

ସାଂସାରିକ ପଥେ ହୋଇ ବେସାହାରା

   ଲଜ୍ଜାରେ ପୋତିଲେ ମଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics