STORYMIRROR

paramananda tripathy

Classics

4  

paramananda tripathy

Classics

କରିଦେ ମୋତେ ଭିକାରୀ

କରିଦେ ମୋତେ ଭିକାରୀ

1 min
7


କେତେ ଦିନ ଆଉ କନ୍ଦାଇବ ପ୍ରଭୁ

   ଦୋଷ ପାଇଁ ନାହିଁ କ୍ଷମା

ଜନ୍ମରୁ ତୋପରି ଖଣ୍ଡିଆ କରିଲୁ

    ବୁଝି ନ ପାରୁଛି ଜମା

   ହେଲେ ତୁ ବଡ ଠାକୁର

ପଥର ଲଦି ମୋ ଛାତିରେ ବସିଛୁ

   ହୃଦ ତୋ କେଡେ ନିଷ୍ଠୁର ।।

ନାହିଁ ବୋଲି ହାତ ଗୋଡ ମୁଁ ଅନ୍ତରେ

     ଭାବରେ ଡାକୁଛି ତୋତେ

ଭାବଗ୍ରାହୀ ହୋଇ ଦୟା ମାୟା ନାହିଁ

    କେଡେ ନିର୍ଦ୍ଦୟ ତୁ ସତେ

     ଦୀନବନ୍ଧୁ ଜଗନ୍ନାଥ 

ଆର୍ତ୍ତତ୍ରାଣ ବୋଲି ଜଗତଜନଙ୍କ

     ଖଣ୍ଡୁଛୁ ଆରତ ନାଥ ।।

ଆଉ ଯେତେଦୁଃଖଯାତନାଦେବୁ ଦେ

    ମନେ କ୍ଷୋଭ ନାହିଁ ମୋର

ଏ ଜନମ ଦୁଃଖ ଯନ୍ତ୍ରଣାର ଭୋଗ

     ଏଇ ଜନମରେ ସାର

    ପାପ ତାପ ନାଶ କରି

ଆର ଜନମକୁ ତୋ' ଦାଣ୍ଡ ଦୁଆରେ

    କରିବୁ ମୋତେ ଭିକାରୀ 

ଜଗାରେ,କରିବୁ ନିଶ୍ଚେ ଭିକାରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics