Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

paramananda tripathy

Romance

4  

paramananda tripathy

Romance

ନିରର୍ଥ କଜ୍ଜଳ ରାଗ

ନିରର୍ଥ କଜ୍ଜଳ ରାଗ

1 min
5



ଆଖିର ଲୁହକୁ ଆଖି ପିଇଲାଣି

        ଆଖି ଖୋଜୁନାହିଁ ଆଖିକୁ

ଆଖିରେ ଆଖିଟା ମିଶିଥିଲା ବୋଲି

       ଆଖି ଖୋଜୁଥିଲା ଆଖିକୁ

         ଆଖି ଯାଉଥିଲା ଲାଖି

ଆଖିରେ ଆଖିରେ ସବୁ ଦିଆନିଆ

    ଆଖି ପାଇଁ ଆଖି ସାକ୍ଷୀ ।


ଆଖି ହଜିଗଲା ଆଖି ପାଇଁ ଆଜି

        ଆଖି ନ ଦେଖଇ ଆଖିକୁ

ଆଖି ପାଇଁ ଦିନେ ଏ ସାରା ବ୍ରହ୍ମାଣ୍ଡେ

       ଆଖି ଖୋଜିଥିଲା ଆଖିକୁ

          ମିଶିଥିଲେ ଚାରିଆଖି

ଯେ ଆଖିରେ ଦିନେ ସ୍ବପ୍ନ ଦେଖୁଥିଲା

   ନିଦେଇ ଗଲା ସେ ଆଖି ।


ଏ ଆଖିର ତାପ ସେ ଆଖି ବୁଝେନା

           ଆଖିରୁ ଆଖି ଅନ୍ତର

ଆଖି ଉପଶମ ଆଖି କରୁନାହିଁ

         ଆଖି ହେଲେ ଜରଜର

           ନିରର୍ଥ କଜ୍ଜଳ ରାଗ

ଆଖିରୁ ଆଖିର ପଟଳ ହଜିଲେ

     ଆଖିରୁ ହଜେ ସରାଗ ।


Rate this content
Log in

Similar oriya poem from Romance