STORYMIRROR

paramananda tripathy

Abstract Inspirational

4  

paramananda tripathy

Abstract Inspirational

ସେ ନାମ ତୁଣ୍ଡରେ ଥାଉ

ସେ ନାମ ତୁଣ୍ଡରେ ଥାଉ

1 min
18


ମନୁଆରେ ---

ସେ ନାମ ତୁଣ୍ଡରେ ଥାଉ

ଅସାର ସଂସାରୁ ମୁକତି ଲଭିବୁ

ରାମ ନାମେ ଜୀବ ଯାଉ

ମନୁଆରେ --------------।।୦।।

ପତରେ ସେନାମଲେଖିଦେଲେ ଥରେ

ସେ ପତ୍ର ତୁଳସୀ ବାସେ

ସେ ନାମ ସୁମରି ଫୁଲଟେ ତୋଳିଲେ

ପାରିଜାତ ପରି ଦିଶେ

ସ୍ପର୍ଶେ ଅହଲ୍ୟା ପାଷାଣି

ଚିର ଅଭିଶାପୁ ମୁକତି ଲଭିଲା

ଧନ୍ୟା ସତୀ ଶିରୋମଣି  ।।

ମନୁଆରେ ----------------

ପାଷାଣେ ସେନାମ ଲେଖି ଭକ୍ତି ଭରେ

ପାଣିରେ ଦେଲେ ଭସାଇ

ଗୁରୁ ଗିରି ଶିଳା ସୋଲ ପରି ଭାସେ

ବିଷ ବି ଅମୃତ ହୋଇ

ସେ ଭାବେ ବନେ ଶବରୀ

ସୁସ୍ବାଦୁ ଅମୃତ ଫଳେ ତୃପ୍ତି କଲା

ଗମିଲା ବୈକୁଣ୍ଠ ପୁରୀ  ।।

ମନୁଆରେ ---------------

ସେ ନାମକୁ ହୃଦ-କମଳରେ ଲେଖି

ପ୍ରଭୁ ପାଦେ ସମର୍ପିଲେ

ଆତ୍ମା-ପକ୍ଷୀ ଉଡି ଯିବ ବଇକୁଣ୍ଠ

କାଳ ନ ଛୁଇଁବ ଭଲେ

ଏ ଭବ ମାୟା ବନ୍ଧନ

ସେ ଅଜପା ନାମ ଜପ ଅହର୍ନିଶ

ନ ଲଭିବୁ ପୁନର୍ଜନ୍ମ  ।।

ମନୁଆରେ,ସେ ନାମ ତୁଣ୍ଡରେ ଥାଉ

ଅସାର ସଂସାରୁ ମୁକତି ଲଭିବୁ

ରାମ ନାମେ ଜୀବ ଯାଉ

ମନୁଆରେ,ରାମ ନାମ ତୁଣ୍ଡେ ଥାଉ

ମନୁଆରେ,ରାମନାମ ତୁଣ୍ଡେ ଥାଉ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract