STORYMIRROR

paramananda tripathy

Inspirational

4  

paramananda tripathy

Inspirational

କାଳିଆ କଳା

କାଳିଆ କଳା

1 min
20


କାଳିଆରେ,ତୋ କଳାରୁ କଳା ଦେଇ

ଯୁଗେ ଯୁଗେ କୀର୍ତ୍ତି ବାନା ଉଡାଉଛୁ

ମୋ ବେଳକୁ ଏତେ କାହିଁ

କାଳିଆରେ ।

ପ୍ରହଲାଦେ ଦେଲୁ କଳା

  ଜିଣିଲା ସେ ଦୈତ୍ୟ ବଳା 

ପିତା ତା' କରିଲା ଯେତେ ନିଷ୍ଠୁରକର୍ମ

ବିମାତାର ଅପମାନେ

  ଧ୍ରୁବ ଗଲା ଘୋର ବନେ

ତୋ କଳାବଳେ ଲଭିଲା ଉତ୍ତମ ସ୍ଥାନ

   ଅହଲ୍ୟା ଶାପରୁ ମୁକତି

ଧୀବର ଶବର ଲଭିଲେ ସଦଗତି ।।

ସିନ୍ଧୁରେ ସେତୁ ବାନ୍ଧିଲେ

   କପି କୁଳ ତରି ଗଲେ

ଦଶଶିର ମୁକ୍ତିହେଲା ସେ କଳା ବଳେ

କେତେ ଦୈତ୍ୟ ମଧୁପୁରେ

  ଅମରପୁରୀକୁ ଗଲେ

କଂସାସୁରସାଥେଦୈତ୍ୟମୁକତିହେଳେ

   କୁବୁଜା ସୁନ୍ଦରୀ ରୂପକୁ-

ଲଭି ଆନନ୍ଦେ ଗମିଲା ସ୍ବର୍ଗପୁରୀକୁ।।

କୌରବେ କଳା ନ ପାଇ

   ପାଣ୍ଡବେ ନିଷ୍ପାପ ହୋଇ

ନିଷ୍କଣ୍ଟକେ ମହୀଭୋଗ କାଳ କାଳକୁ

ଗୋପବାସୀ କାଳଜୟୀ 

   ସିନ୍ଧୁ ପାଇ ତୃପ୍ତି ହୋଇ 

ଯମୁନା ଧନ୍ୟ ହୋଇଲା ଲଭି କଳାକୁ

    ଦୁ-କୁଳ ଜଗତେ ମହାନ 

ଜାରା ଶବର ଲଭିଲା ଦିବ୍ଯଦର୍ଶନ ।।

ବିଶ୍ବାବସୁ ଇନ୍ଦ୍ରଦ୍ୟୁମ୍ନେ 

   ରହି ନିଳାଚଳ ଧାମେ

ବନ୍ଧୁମହାନ୍ତି ସାଲବେଗ ଦାସିଆକୁ

ରଖିଲୁ ସେ କଳାବଳେ

  ନୀଳଚକ୍ରେ ବାନା ଉଡେ

ଜଗତନାଥ ମୋ ନାଥ ଅନାଥ କଲୁ

   ତୋତେ ଆଶ୍ରି ହେଲି ନିରାଶ

ଦୀନହୀନ ବିମୁଖେ ଲଭିବୁ କି ଯଶ।।

କାଳିଆରେ,ତୋ କଳାରୁ କଳା ଦେଇ

ଯୁଗେ ଯୁଗେ କୀର୍ତ୍ତି ବାନା ଉଡାଉଛୁ

ମୋ ବେଳକୁ ଏତେ କାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational